-
ବୁଧବାର ପୁଣି ୫୨ କରୋନା ରୋଗୀ ଚିହ୍ନଟ
-
୨ ସୁସ୍ଥ ରୋଗୀ ଗଲେ ଘରକୁ, ଜିଲ୍ଲାପାଳ ପୁଷ୍ପଗୁଚ୍ଛ ଦେଇ ଦେଲେ ସମ୍ବର୍ଦ୍ଧନା
ବ୍ରହ୍ମପୁର : ବୁଧବାର ସକାଳୁ ସକାଳୁ ଜିଲ୍ଲାରେ ୫୨ଜଣ କରୋନା ରୋଗୀ ଚିହ୍ନଟ ଖବର ଶୁଣି ଜିଲ୍ଲାବାସୀଙ୍କ ହୃଦକମ୍ପ ବଢ଼ିଯାଇଥିଲା । ଦିନ ଯେତେ ବଢ଼ୁଛି ସେତେ ଜିଲ୍ଲାବାସୀଙ୍କ ମନରେ ଭୟ ସୃଷ୍ଟି ହେଉଛି । ବୁଧବାର ଦିନ ପ୍ରଥମେ ଚିହ୍ନଟ ହୋଇଥିବା ୨ କରୋନା ରୋଗୀ ସୁସ୍ଥ ହେବା ଶୁଣି ଜିଲ୍ଲାବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଥିଲା । ଏଭଳି ପର୍ଯ୍ୟାୟକ୍ରମେ ନିଜ ଅଞ୍ଚଳର ପ୍ରବାସୀ ଓଡ଼ିଆ ସୁସ୍ଥ ହୋଇ ଫେରିବେ ତାହାକୁ ନେଇ ମଧ୍ୟ କିଛି ଗ୍ରାମାଞ୍ଚଳରେ ଉତ୍ସାହ ଦେଖାଦେଇଛି । ବୁଧବାର ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୨୧୦ରେ ପହଞ୍ôଚଥିବା ବେଳେ ସୁସ୍ଥ ହୋଇଛନ୍ତି ୨ଜଣ, ଚିକିତ୍ସିତ ହେଉଛନ୍ତି ୨୦୭ ଓ ଜଣେ ରୋଗୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେଣୁ ଭୟଭୀତ ନହୋଇ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୁଣିଥରେ ନିବେଦନ କରିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୫୦ହଜାର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ହିଁ ବର୍ତ୍ତମାନ ୨୧୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ପ୍ରବାସୀଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ବୁଧବାର ମହାରାଷ୍ଟ୍ରର ଥାନେରୁ ୧୨୦୦ ପ୍ରବାସୀ ଓଡ଼ିଆ ଆସି ଜଗନ୍ନାଥପୁର ଷ୍ଟେଶନ୍ରେ ଓହ୍ଲାଇଥିବା ବେଳେ ମଧ୍ୟାହ୍ନ ଓ ସନ୍ଧ୍ୟାରେ ସୁରଥରୁ ୨ଟି ଟ୍ରେନ୍ ଜଗନ୍ନାଥପୁର ଷ୍ଟେଶନ୍ରେ ପହଞ୍ôଚଥିବା ଜଣାପଡିଛି । ମଧ୍ୟରାତ୍ରରେ ଆଉ ଗୋଟିଏ ଟ୍ରେନ୍ ମଧ୍ୟ ଆସୁଥିବା ବେଳେ ୪ଟି ଟ୍ରେନ୍ରେ ପ୍ରାୟ ୫ହଜାର ପ୍ରବାସୀ ଆସିଥିବା କୁହାଯାଇଛି । ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ କରାଯାଇଥିବା ସଙ୍ଗରୋଧ ଗୃହ ବା ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ରଖାଯାଇଛି ।
ଜିଲ୍ଲାରେ ଆଉ ୪ଟି କୋଭିଡ ହସ୍ପିଟାଲ ଖୋଲିବା ପାଇଁ ସ୍ଥିର କରାଯିବାପରେ ଏହାର ଜୋର୍ଦାର କାର୍ଯ୍ୟ ଚାଲିଛି । ଖୁବ୍ଶୀଘ୍ର ଖୋଲିବ । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଥିରେ ଭୟଭୀତ ନହୋଇ ଏହାର ମୁକାବିଲା କିପରି କରିବା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ତେଣୁ ଭୟଭୀତ ନହୋଇ ଏହାକୁ କିପରି ମୁକାବିଲା କରିବା ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପଡିବ । ରାଜ୍ୟରେ ବର୍ତ୍ତମାନ ୫୩୮କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୯୨ଜଣ ଚିକିତ୍ସିତ ହେଉଥିବା ବେଳେ ୩ଜଣ ମୃତ୍ୟୁବରଣ କରିଛନ୍ତି ।
ସୁସ୍ଥ ୨ କରୋନା ରୋଗୀ ଶୀତଳାପଲ୍ଲୀସ୍ଥିତ ଟାଟା ମେଡିକୋ ପରିସରରେ ହୋଇଥିବା କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସେମାନଙ୍କୁ ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇ ଘରକୁ ଯିବାପାଇଁ ଅନୁମତି ଦେଇଛନ୍ତି । ୨ କରୋନା ରୋଗୀ ସୁସ୍ଥ ହେବାପରେ ଜିଲ୍ଲା ପ୍ରଶାସନ ଓ ଡାକ୍ତରମାନଙ୍କୁ ପ୍ରଶଂସା କରିବା ସହ ଲୋତକଭରା ଚକ୍ଷୁରେ ଦ୍ୱିତୀୟ ଜୀବନ ପାଇଲୁ ତେଣୁ ଏଥିପ୍ରତି ଶ୍ରେୟ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଆମକୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ କୋଟି କୋଟି ପ୍ରଣାମ ବୋଲି ଆତ୍ମଭରା ହୋଇ କହିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମେତ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, କୋଭିଡ ହସ୍ପିଟାଲର ମୁଖ୍ୟ ଡାକ୍ତର ଉମାଶଙ୍କର ମିଶ୍ର, ପ୍ରଶାସନିକ ଅଧିକାରୀ ସମ୍ବିତ ରାଉତ, ଚିକିତ୍ସା କରୁଥିବା ସମସ୍ତ ଡାକ୍ତର, ନର୍ସିଂ ଷ୍ଟାପ୍ ଓ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତରହି ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ବିଦାୟ ଦେଇଥିଲେ । ୨ରୋଗୀ ସୁସ୍ଥ ହେବାପରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ମନବଳ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଥିଲେ । ୨ସୁସ୍ଥଙ୍କୁ ନିଜ ଘରକୁ ଯିବାପାଇଁ କୁହାଯିବା ସହ ନିଜ ପରିବାର ସହ ୧୪ଦିନିଆ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବେ । ସେମାନଙ୍କ ରାସନ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଘର ପାଖରେ ପହଞ୍ଚାଇ ଦିଆଯିବ ବୋଲି ଜଣାପଡିଛି ।