ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ପ୍ୟାକେଜ ଘୋଷଣା ହେବା ପରେ ମହାମାରୀ ଓ ଏହା ଯୋଗୁଁ ହୋଇଥିବା କଟକଣା ଦ୍ୱାରା ପ୍ରଭାବିତ ହୋଇଥିବା ଅର୍ଥ ବ୍ୟବସ୍ଥା ପୁଣି ଥରେ ସ୍ୱାଭାବିକ ହୋଇପାରିବ ବୋଲି ଶିଳ୍ପ ଜଗତ କହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ଲକ୍ଷ କୋଟିର ପ୍ରୋତ୍ସାହନ ପ୍ୟାକେଜର ଘୋଷଣା ଆବଶ୍ୟକତା ଥିଲା । ଶିଳ୍ପପତିମାନଙ୍କର କହିବା ଅନୁସାରେ ଏହି ପ୍ୟାକେଜ ଘୋଷଣା ହେବା ପରେ ମହାମାରୀ ଓ ଏହା ଯୋଗୁଁ ହୋଇଥିବା କଟକଣା ଦ୍ୱାରା ପ୍ରଭାବିତ ହୋଇଥିବା ଅର୍ଥ ବ୍ୟବସ୍ଥା ପୁଣି ଥରେ ସ୍ୱାଭାବିକ ହୋଇପାରିବ । ଆର୍ଥିକ ବୃଦ୍ଧିକୁ ନୂତନ ଗତି ମଧ୍ୟ ମିଳିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି, ଯାହାକି ଦେଶର ଜିଡିପିର ୧୦ ପ୍ରତିଶତ ।
ଆର୍ଥିକ ପ୍ୟାକେଜ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ , ସରକାରଙ୍କ ଦ୍ୱାରା ନିକଟରେ ନିଆଯାଇଥିବା ନିଷ୍ପତ୍ତି, ରିଜର୍ଭ ବ୍ୟାଙ୍କର ଘୋଷଣାକୁ ଏକାଠି କରି ଏହି ପ୍ୟାକେଜ ପାଖାପାଖି ୨୦ ଲକ୍ଷ କୋଟି ଟଙ୍କା ହେବ, ଯାହାକି ଦେଶର ଜିଡ଼ିପିର ପ୍ରାୟ ୧୦ ପ୍ରତିଶତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସଂପର୍କରେ ଖୁବ ଶୀଘ୍ର ବିସ୍ତୃତ ସୂଚନା ପ୍ରଦାନ କରିବେ । ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜୀତ ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଜମି, ଶ୍ରମ, ନଗଦ ଓ ଆଇନକୁ ସରଳ କରିବାକୁ କହିଛନ୍ତି । ଆମେ ଏହାକୁ ପ୍ରଶଂସା କରୁଛୁ । ଏହା ଅର୍ଥ ବ୍ୟବସ୍ଥା ପାଇଁ ଆବଶ୍ୟକ ଥିଲା ।