
ନୂଆଦିଲ୍ଲୀ , କରୋନା ଭାଇରସ ବିଗତ ୨୪ ଘଣ୍ଟା ମଧ୍ୟରେ ଆହୁରି ଉଗ୍ର ରୂପ ନେଇଥିବା ବେଳେ ବୁଧବାର ସକାଳ ୬ଟା ସୁଦ୍ଧା ବିଶ୍ୱରେ କରୋନା ଭାଇରସ ଯୋଗୁଁ ୨ ଲକ୍ଷ ୯୨ ହଜାର ୪୦୩ ଜଣଙ୍କର ମୃତ୍ୟୁ ଘଟିଛି । ୪୩ ଲକ୍ଷ ୩୭ ହଜାର ୧୪୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୧୫ ଲକ୍ଷ ୯୬ ହଜାର ୮୮୨ ଜଣ ସୁସ୍ଥ ହୋଇଥିବା ବେଳେ ୨୪ ଲକ୍ଷ ୪୭ ହଜାର ୮୫୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ହଜାର ୩୪୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ସଂଯୁକ୍ତ ରାଷ୍ଟ୍ର ଆମେରିକାରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୮୩ ହଜାର ୩୭୭ରେ ପହଞ୍ଚିଛି । ଦେଶରେ ୧୪ ଲକ୍ଷ ୮ ହଜାର ୧୫୫ ଜଣଙ୍କୁ କରୋନା ଭାଇସର ସଂକ୍ରମିତ କରିଛି । ସେଥିରୁ ୨ ଲକ୍ଷ ୯୫ ହଜାର ୭୮୧ ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଲକ୍ଷ ୨୮ ହଜାର ୯୯୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୬ ହଜାର ୪୭୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗତ ସପ୍ତାହ ମଧ୍ୟରେ ଋଷିଆରେ କରୋନା ଭାଇସର ପ୍ରତିଦିନ ନୂଆଁ ରେକର୍ଡ କରୁଛି । ଏକଦା କରୋନା ଭାଇରସ ସଂକ୍ରମିତ ତାଲିକାର ୧୦ ନମ୍ବର ଭିତରେ ନ ଥିବା ବେଳେ ଏବେ ତୃତୀୟ ସ୍ଥାନକୁ ପହଞ୍ଚିଛି । ବ୍ରିଟେନ ଓ ଇଟାଲୀକୁ ପଛରେ ପକାଇଛି ।