ନୂଆଦିଲ୍ଲୀ– ଆଜି ପର୍ଯ୍ୟନ୍ତ ଆପଣ ଶୁଣି ଥିବେ ଯେ, ଜମ୍ମୁ କଶ୍ମୀରରେ କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (ସିଆରିପିଏଫ) ଆତଙ୍କବାଦୀ ସଂପର୍କିତ ଅଧିକାଂଶ ଅଭିଯାନର ନେତୃତ୍ୱ ନେଇଛି । କିନ୍ତୁ ଏହି ଅଭିଯାନ ସଂପୂର୍ଣ୍ଣ ଭାବେ ଅଲଗା । ଗତ ଶୁକ୍ରବାର ସନ୍ଧ୍ୟାରେ ଏକ ନିୟମିତ ଗସ୍ତ ସମୟରେ ସିଆରପିଏଫର ୨୩ତମ ବାଟାଲିୟନର ଯବାନମାନେ ଝେଲମ ନଦୀରେ ଏକ କୁକୁର ଛୁଆ ବୁଡିଯାଉଥିବା ଦେଖିଥିଲେ ଏବଂ ଏହାକୁ ବଞ୍ଚାଇବାକୁ ଯଥାଶୀଘ୍ର ଏକ ଅଭିଯାନ ଆରମ୍ଭ କରିଥିଲେ । କୁକୁର ଛୁଆଟି ଝେଲମ ନଦୀକୁ ଖସି ପଡ଼ିଥିଲା । ସିଆରପିଏଫର ଏସଆଇ ବିକାଶ ପାଣ୍ଡେଙ୍କ ନେତୃତ୍ୱରେ ଟିମ କୁକୁରକୁ ବଞ୍ଚାଇବାକୁ ନିଷ୍ପତ୍ତି ହୋଇଥିଲା ।
ସିଆରପିଏଫ୍ର ଟିମ ପ୍ରଥମେ କୁକୁର ଛୁଆର ଚିତ୍କାର ଶବ୍ଦ ଶୁଣିଥିଲେ ଏହା ପରେ ତାକୁ ବଞ୍ଚାଇବାକୁ ଲାଗିପଡ଼ିଥିଲେ । ଜଣେ ଲୋକ ଏକ ସିଡି ଆଣିବାକୁ ଯାଇଥିଲେ । ଅନ୍ୟ ଜଣେ କୁକୁର ଉପରେ ନଜର ରଖିଥିଲେ । କୁକୁରକୁ ବାହାରକୁ ଆଣିବା ପାଇଁ ଅନେକ ବିକଳ୍ପ ବାହାର କରିଥିଲେ । ଅପରେଶନ କଷ୍ଟସାଧ୍ୟ ଥିଲା । କିନ୍ତୁ ଶେଷରେ କୁକୁରଟି ଜୀବନ ପାଇଥିଲା ।
ସିଆରପିଏଫ ଏସ୍ଆଇ ବିକାଶ ପାଣ୍ଡେ କହିଛନ୍ତି, ଆମେ ଗସ୍ତରୁ ଫେରୁଥିଲୁ । ଫେରିବା ବାଟରେ ଏକ କୁକୁର ଛୁଆ ପାଣିରେ ବୁଡ଼ି ଯାଉଥିବା ଦେଖିଥିଲୁ । କୁକୁରଟି ଜୋରରେ ଚିତ୍କାର କରୁଥିଲା । କିନ୍ତୁ ଲକଡାଉନ ଯୋଗୁଁ ଆଖପାଖରେ କେହି ନ ଥିଲେ । ଏଭଳି ଏକ ସ୍ଥିତିରେ ଜଣେ କନଷ୍ଟେବଳ ନିଜର ବୁଲେଟ ପ୍ରୁଫ୍ଟ ଓହ୍ଲାଇ ନଦୀକୁ ପଶିଥିଲେ । ସେ କୁକୁର ଛୁଆକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।