ଭଞ୍ଜନଗର, 23/9, ଆଜି ମାପ ଓ ଓଜନ ବିଭାଗ ଏବଂ ଉପଖଣ୍ଡ ପ୍ରଶାସନ ମିଳିତ ଭାବେ ଭଞ୍ଜନଗର ବ୍ଲକ ଗେଲେରୀ ଠାରେ ବିଭିନ୍ନ ହାର୍ଡୱେର ଦୋକାନ ଉପରେ ଚଢାଉ କରି 40 ହଜାର ଟଙ୍କା ଆଦାୟ କରାଯାଇଛି | ସୂଚନା ମୁତାବକ, ବିଲ ବହି ସଠିକ ଭାବେ ଲେଖା ନ ଥିବା ଏବଂ ମାପ ଓ ଓଜନ ବିଭାଗର ନିୟମ ଅନୁଯାୟୀ ପ୍ୟାକେଟ ରେ ସମସ୍ତ ତଥ୍ୟ ନଥିବାରୁ ଦୁଇ ଜଣଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ଚାଳିଶ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ଏବଂ ଅନ୍ୟ ଜଣେ ବ୍ୟବସାୟୀ ଙ୍କ ଠାରୁ ପ୍ୟାକେଟ ଏବଂ ପାଞ୍ଚ ମିଟର ର ଟେପ ଜବତ ହୋଇ 10 ହଜାର ଟଙ୍କା ର ନୋଟିସ ଦିଆଯାଇଛି | ଗ୍ରାହକଙ୍କୁ ବିଭିନ୍ନ ପଦ୍ଧତିରେ ବ୍ୟବସାୟୀ ମାନେ ଲୁଟୁଥିବାର ଖବର ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ନଜର କୁ ଆସିଥିଲା | ଉପଜିଲ୍ଲପାଳ ଶ୍ରୀ ମିଂଜ଼ ତୁରନ୍ତ ପ୍ରତିକ୍ରିୟା ସ୍ୱରୂପ ଚଢାଉ ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ | ଚଢାଉ ରେ ଭଞ୍ଜନଗର ସହକାରୀ ଜିଲ୍ଲାପାଳ ଶ୍ରୀ ବିକାଶ କୁମାର ଭୋଇ , ସହକାରୀ ନିୟନ୍ତ୍ରକ ଶ୍ରୀ ବିନୟ କୁମାର ଦାସ, ବରିଷ୍ଠ ନୀରିକ୍ଷକ ସତ୍ୟଜିତ ବିଶ୍ୱାଳ ଏବଂ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ | ଏମିତି ଆଗକୁ ମଧ୍ୟ ବିଭିନ୍ନ ଦୋକାନ ଉପରେ ଚଢାଉ ଜୋରଦାର କରାଯିବ ଯିବ ବୋଲି ଭଞ୍ଜନଗର ଉପଜିଲ୍ଲପାଳ ଶ୍ରୀ ମିଂଜ଼ ସୂଚନା ଦେଇଛନ୍ତି |
Related Stories
November 22, 2024