ଭୁବନେଶ୍ୱର– ରାଜ୍ୟରେ ଗତ ୨୪ ଘଂଟାରେ କରୋନା ପାଇଁ ମୋଟ ୪୬୬୯ନମୂନାର ପରୀକ୍ଷଣ କରା ଯାଇଛି । ଏହା ଫଳରେ ରାଜ୍ୟରେ ବର୍ତମାନ ଯାଏ ୭୨୭୫୬ ନମୁନାର ପରୀକ୍ଷା କରା ଯାଇ ସରିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ବର୍ତମାନ ସୁଦ୍ଧା ରାଜ୍ୟରେ ୫୩୮ ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ମୋଟ ୪୧୯ଟି ସକ୍ରିୟ ମାମଲା ରହିଛି ।