ଭୁବନେଶ୍ୱର– ଚାକିରୀ କରିଥିବା ଲୋକ ମାନଙ୍କ ପାଇଁ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଏକ ବସ କଟକରୁ ଭୁବନେଶ୍ୱର ମଧ୍ୟରେ ଆଜି ଚାଲିଛି । ଏ ସମ୍ପର୍କରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ଦିନ ସୂଚନା ଦେଇଥିଲେ ।
ବସଟି ଆଜି ସିିଡିଏ ସେକ୍ଟର-୯ରୁ ବାହାରି ସତୀ ଚୌରୀ, ବାଦାମବାଡି ଦେଇ ଯାତ୍ରା କରିଥିଲା । ବସଟିକି ସଂପୂର୍ଣ ସାନିଟାଇଜ କରା ଯାଇଥିବା ସହ ସମସ୍ତେ ମାସ୍କ ପିନ୍ଧି ଥିଲେ । ବସଟି ଅଫିସ ସମୟରେ ଚଳାଚଳ କରିବା ସହ ଏହାର ଭଡା ୩୦ଟଙ୍କା ରଖା ଯାଇଥିବା ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ଦିନ ସୂଚନା ଦେଇଥିଲେ ।