
ଭୁବନେଶ୍ୱର। ବ୍ରହ୍ମପୁରରେ ଲକଡାଉନ ନିୟମ ଉଲ୍ଲଂଘନରେ ଗତ ୨୪ ଘଂଟା ମଧ୍ୟରେ ୫ ଜଣଙ୍କୁ ଗିରଫ କରା ଯାଇଛି । ୫ ଟି ମାମଲା ରୁଜୁ କରା ଯାଇଥିବା ସହ ଏହି ଅବଧି ମଧ୍ୟରେ ୨୧୬ ଟି ବାହନରେ ଚାଲାଣ କଟା ଯାଇଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି ।
ସେହିପରି ଏହି ସମୟ ମଧ୍ୟରେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ୧୩୫ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଥିବା ବେଳେ ୫୨ ଲିଟର ମଦ ଜବତ କରା ଯାଇଛି ।