
ଭଞ୍ଜନଗର = ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଆଜି ଅଧ୍ୟାପକ ଶିବ ପ୍ରସାଦ ପାଢି ଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା l ସ୍ବର୍ଗତ ପାଢି ରବିବାର ଦିନ 1 ପର୍ଯ୍ୟନ୍ତ ଇଗ୍ନୋଉ ର ଇଂରାଜୀ ପିରିୟଡ ନେଇ ଭେଜିପୁଟ ବାସଭବନ କୁ ଫେରିଥିଲେ l ଦିନ 3.15 ମିନିଟ ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ପ୍ରଥମେ କେନ୍ଦୁପଦର କଲେଜ ରେ ଚାକିରୀ ଜୀବନ ଆରମ୍ଭ କରି ଏଠାରେ ଦୀର୍ଘ 25 ବର୍ଷ କାର୍ଯ୍ୟ କରି ଗତ 2015 ମସିହାରେ ଅବସର ନେଇ ଇଗ୍ନୋଉ ରେ ଶିକ୍ଷା ଦେଉଥିଲ l ତାଙ୍କ ମୃତ୍ୟୁ ରେ କଲେଜ ଅଧ୍ୟକ୍ଷ ଡ. ନୀଳାଞ୍ଚଳ ମୁନୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଶୋକସଭା ରେ ଅମର ଆତ୍ମାର ସଦଗତି ପାଇଁ 2ମିନିଟ ନିରବ ପ୍ରାର୍ଥନା କରିବା ସହ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ତାଙ୍କର ସ୍ମୃତି ଚାରଣ କରିଥିଲେ l ତେଣୁ ଆଜି ଶିକ୍ଷାଦାନ କାର୍ଯ୍ୟ ବାତିଲ କରାଯାଇଥିଲା l
ଭଞ୍ଜନଗର ରୁ ଜୟକ୍ରିଷ୍ଣା ପଟ୍ଟନାୟକ..