ଭୁୁବନେଶ୍ୱର – ଗ୍ରୀନ ଜୋନରେ ରାଜ୍ୟ ସରକାରଙ୍କର ଓଏସଆରଟିସି ବସ ଚଳାଇବାକୁ ନିଷ୍ପତି ଗ୍ରହଣ କରା ଯାଇଛି । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଗ୍ରୀନ ଜୋନରେ ବସ ଚଳାଚଳ କରାଇବାକୁ ଘରୋଇ ବସ ମାଲିକ ମାନେ ରାଜି ନ ହେବାରୁ ଗ୍ରୀନ ଜୋନରେ ସରକାରୀ ବସ ଚଳାଚଳ କରାଇବାକୁ ନିଷ୍ପତି ନିଆ ଯାଇଛି । ତେବେ ଯାତ୍ରୀ ମାନଙ୍କୁ ଦୁଇ ଗୁଣ ଭଡା ଦେବାକୁ ପଡିବ ବୋଲି ସେ କହିଛନ୍ତି ।