
ଭୁବନେଶ୍ୱର– ବୁଧବାର ଦିନ ସକାଳ ୧୦ଟାରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏଥିରେ ୯୧୬ ଜଣ ଯାତ୍ରୀ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଯାତ୍ରା ପାଇଁ ରେଳବାଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରା ଯାଇଥିଲା ।
ପୂର୍ବତଟ ରେଳବାଇ ପକ୍ଷରୁ କୁହା ଯାଇଥିଲା ଯେ କେବଳ କନଫର୍ମ ଟିକେଟ ଥିବା ପ୍ୟାସେଂଜର ମାନେ ହିଁ ଏଥିରେ ଯାତ୍ରା କରି ପାରିବେ । ସମସ୍ତଙ୍କ ପାଇଁ ଫେସ କଭର ଓ ସ୍କ୍ରିନିଂ ବାଧ୍ୟତାମୂଳକ କରା ଯାଇଥିଲା । ଯତ୍ରୀ ମାନଙ୍କୁ ଅନ୍ୟୁନ ୯୦ ମିନିଟ ଆଗରୁ ପହଂଚିବା ପାଇଁ କୁହା ଯାଇଥିଲା ଯାହା ଫଳରେ ସେମାନଙ୍କର ସ୍କ୍ରିନିଂ କରା ଯାଇ ପାରିବ ।
ଏହି ଟ୍ରେନ ଭଦ୍ରକ, ବାଲେଶ୍ୱର, ହିଜିଳି, ଟାଟାନଗର, ବକାରୋ, ଗମୋହ, ଗୟା, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଂକସନ, କାନପୁର ସେଂଟ୍ରାଲରେ ରହିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ ।