-
ମଙ୍ଗଳବାର ପୁଣି ୩ କରୋନା ରୋଗୀ ଚିହ୍ନଟ
-
ଭୀୟଭୀତ ନହେବା ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ
ବ୍ରହ୍ମପୁର (ବ୍ୟୁରୋ) : ଦିନ ଯେତେ ବଢ଼ୁଛି ସେତେ ଜିଲ୍ଲାବାସୀଙ୍କ ମନରେ ଭୟ ସୃଷ୍ଟି ହେଉଛି । ସକାଳୁ ଉଠିବା ମାତ୍ରେ ସମସ୍ତେ ରାଜ୍ୟ ସରକାରଙ୍କ ୱେବସାଇଡ୍ ଖୋଲି କେତେବେଳେ ପ୍ରକାଶ ପାଇବ କରୋନା ରୋଗୀଙ୍କ ତାଲିକା ତାହା ପାଇଁ ସମସ୍ତେ ବ୍ୟସ୍ତ । ମଙ୍ଗଳବାର ଦିନ ପୁଣି ଜିଲ୍ଲାରେ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ଚିହ୍ନଟ ହୋଇ ମୋଟ ସଂଖ୍ୟା ୧୫୭ରେ ପହଞ୍ôଚଛି । ତେବେ ସମସ୍ତ କରୋନା ରୋଗୀ ସଙ୍ଗରୋଧ ଗୃହ ବା ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ଥିଲେ ଓ କୌଣସି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ନାହିଁ । ତେଣୁ ଭୟଭୀତ ନହୋଇ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିବେଦନ କରିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୪୫ହଜାର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ହିଁ ବର୍ତ୍ତମାନ ଚିହ୍ନଟ ହୋଇଥିବା ୧୫୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ପ୍ରବାସୀଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଜିଲ୍ଲାରେ ଆଉ ୪ଟି କୋଭିଡ ହସ୍ପିଟାଲ ଖୋଲିବା ପାଇଁ ସ୍ଥିର କରାଯିବାପରେ ଏହାର ଜୋର୍ଦାର କାର୍ଯ୍ୟ ଚାଲିଛି । ଖୁବ୍ଶୀଘ୍ର ଖୋଲିବ । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏଥିରେ ଭୟଭୀତ ନହୋଇ ଏହାର ମୁକାବିଲା କିପରି କରିବା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ତେଣୁ ଭୟଭୀତ ନହୋଇ ଏହାକୁ କିପରି ମୁକାବିଲା କରିବା ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପଡିବ । ମଙ୍ଗଳବାର ସୁରଥରୁ ଆଉ ୩ଟି ଟ୍ରେନ୍ରେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ଜଣାପଡିଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚପରେ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହରେ ରଖାଯାଇଛି । ସେପଟେ କିଛି ଅମାନିଆ ପ୍ରବାସୀ ବସ୍ରୁ ଓହ୍ଲାଇ ରାସ୍ତାରେ ଚାଲି ଚାଲି ଯାଉଥିବା ଜାଣିପାରି ପ୍ରଶାସନ ପକ୍ଷରୁ ସେମାନଙ୍କୁ ତାଗିଦ୍କରି ସଙ୍ଗରୋଧ ଗୃହକୁ ନିଆଯାଇଛି । ରାଜ୍ୟରେ ବର୍ତ୍ତମାନ ୪୩୯କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୧ଜଣ ଚିକିତ୍ସିତ ହେଉଥିବା ବେଳେ ୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୩ଜଣ ମୃତ୍ୟୁ କରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ମଙ୍ଗଳବାର ଜିଲ୍ଲାରେ କିଛି ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମିଥ୍ୟା ତଥ୍ୟ ପ୍ରକାଶ ପାଉଥିବାରୁ ଜିଲ୍ଲାପାଳ ଏଥିପ୍ରତି ଦୂରରେ ରହି ସତ୍ୟ ଖବର ପ୍ରକାଶ କରନ୍ତୁ ବୋଲି ନିବେଦନ କରିଥିବା ଜଣାପଡିଛି ।