-
ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିବ
ବାଲେଶ୍ୱର – ବାଲେଶ୍ୱର ଜିଲ୍ଲାରେ ଦୋକାନ ଓ ଅଫିସ୍ ଖୋଲିବା ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରୀ ହୋଇଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି ଗାଇଡ଼୍ ଲାଇନ୍ ଲାଗୁ କରାଯିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତଦନୁଯାୟୀ ସ୍ପା, ସେଲୁନ୍, ସପିଂ ମଲ୍, ମାର୍କେଟ୍ କମ୍ପେ୍ଲକ୍ସ, ଜିମ୍ନାସିୟମ୍ ବନ୍ଦ ରହିବ । ସ୍କୁଲ୍, କଲେଜ, କୋଚିଂ ବନ୍ଦ ରହିବ, କେବଳ ଅନ୍ ଲାଇନ୍ ଶିକ୍ଷା ଚାଲିବ । ଚାରି ଚକିଆ ଡ଼୍ରାଇଭରଙ୍କ ଆଉ ୨ ପାସେଞ୍ଜରଙ୍କୁ ଅନୁମତି । ବାଇକ୍ ପଛରେ ବସିବା ମନା । ସେହିପରି ଗ୍ରାମାଚଂଳରେ ଥିବା ସମସ୍ତ ଶିଳ୍ପ ଚାଲିବ । ଏଥିସହ ଘରୋଇ ଅଫିସ୍ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବାକୁ ଅନୁମତିପ୍ରଦାନ କରିଛନ୍ତି ଜିଲ୍ଲାପାଳ । ଏହା ବ୍ୟତୀତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଅତ୍ୟାବଶ୍ୟକ ସେବା କାର୍ଯ୍ୟ ବ୍ୟତୀତ ରାତି ୭ଟାରୁ ସକାଳ ୭ଟା ଯାତାୟାତ ମନା । ଜିଲ୍ଲାପାଳଙ୍କ ପରବର୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।