ରାଉରକେଲା – ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାରେ ଅନଲାଇନ ପାଠ ପଢାକୁ ସରକାରଙ୍କ ଆଦେଶ ମାନି ଶିକ୍ଷକ ମାନେ କାମ ଆରମ୍ଭ କରିବା ପରେ ବର୍ତମାନ ତାହା ଆଗେଇ ନପାରିବା ସହ ଏହା କେବଳ ନାମକୁ ମାତ୍ର ଶିକ୍ଷା ବ୍ୟବସ୍ଥା ବୋଲି ଆଲୋଚନା ଚାଲିଛି । ବର୍ତମାନ ରାଜ୍ୟ ସମେତ ଭାରତ ବର୍ଷରେ ଲକ୍ ଡାଉନ ଲାଗି ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ପିଲା ମାନଙ୍କର ବହିକିଣା ପରେ ଯାହା ୨ ମାସ ପଢାଯାଇଥାନ୍ତା ତାହା ପୁରା ବନ୍ଦ ହୋଇଗଲା । ଏହା ଉଭୟ ଇଁରାଜୀ ମାଧ୍ୟମିକ ବିଦ୍ୟାଳୟ ଓ ଓଡିଆ ମିଡିଅମରେ ଦେଖାଦେଲା, ଯାହା ସମସ୍ତଙ୍କୁ ଅଳ୍ପେ ବହୁତେ ଜଣା । ତେବେ ତାହାରି ଭିତରେ ପ୍ରଥମେ ଇଁରାଜୀ ମିଡିଅମ ବିଦ୍ୟାଳୟ ମାନେ ଅନଲାଇନ ପାଠ ପଢା ଆରମ୍ଭ କରିଥିବା ବେଳେ ସେଥିରେ ୪୦ ପ୍ରତିଶତ ପିଲା ଯୋଗଦାନ କଲେ । ଅନ୍ୟ ପକ୍ଷରେ ଏହି ପିଲା ମାନଙ୍କ ପରିବାର ଗୁଡିକରେରେ ଆନଡ୍ରୋଏଡ ମୋବାଇଲ୍ ଉପଲବ୍ଧ ହେବା ସହ ସେମାନଙ୍କ ଘରେ ଥିବା ଅଭିବାବକ ମାନେ ମଧ୍ୟ କିଛିକାଂଶରେ ସହଯୋଗ କଲେ । ତଥାପି ଏଥିରେ ମାତ୍ର ୪୦ ପ୍ରତିଶତ ପିଲା ସାମିଲ ହୋଇପାରିଛନ୍ତି । ଏହାପରେ ରାଜ୍ୟ ସରକାରଙ୍କର ବିଭାଗୀୟ ମନ୍ତ୍ରୀ ଏହି ଫରମୁଲାକୁ ସରକାରୀ ବିଦ୍ୟାଳୟ ଗୁଡିକରେ ଲାଗୁ କରିବାକୁ କହିବା ପରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଗୃପ ତିଆରି କରି ପାଠ ପଢାଇବାକୁ ଆରମ୍ଭ ଲାଗି ଚେଷ୍ଟା କରି ଅଧିକାଂଶ ସ୍ଥାନରେ ସୁଫଳ ପାଇନଥିବା ଖବର ମିଳିଛି । ସହରାଂଚଳରେ ସମସ୍ତଙ୍କ ଘରେ ଆନଡ୍ରୋଏଡ ମୋବାଇଲ ନଥିବା ବେଳେ, ଯେଉଁ ମାନଙ୍କ ଘରେ ଅଛି ସେଗୁଡିକୁ ବାପ ମା ସାଙ୍ଗରେ ଧରି ଚାଲିଯାଉଛନ୍ତି । ଗ୍ରାମାଂଚଳରେ ଥିବା ବିଦ୍ୟାଳୟର ଶିକ୍ଷକ ମାନେ ଏନେଇ ଉଦ୍ୟମ କରି ଫେଲ୍ ମାରିଥିବା ବେଳେ ଶିକ୍ଷକ ମାନେ କହିବା କଥା ପିଲା କିମ୍ବା ତାଙ୍କ ଅଭିଭାବକ ଏଭଳି ଶିକ୍ଷାକୁ ଶୁଣୁନାହାନ୍ତି । ସହରାଂଚଳରେ ଯଦି କିଛି ପିଲା ଏହି ପାଠପଢାରେ ସାମିଲ ହୋଇଛନ୍ତି, ହେଲେ ଏମାନଙ୍କ ସଂଖ୍ୟା ମାତ୍ର ୩୦ ପ୍ରତିଶତ ବୋଲି ଜଣାପଡିଛି । ତେବେ ଏମାନଙ୍କ ଭିତରେ ମଧ୍ୟ ଅନେକ ପିଲା ନିୟମିତ ଏଥିରେ ସାମିଲ ହେଉଥିବା ବେଳେ ଅନ୍ୟମାନେ ବିଭିନ୍ନ କାରଣ ଲାଗି ସାମିଲ ହୋଇପାରୁନଥିବା ଖବର ମିଳିଛି । ସବୁଠୁ ବଡ କଥା ହେଲା ସରକାରୀ ବିଦ୍ୟାଳୟ ଗୁଡିକରେ ପଢୁଥିବା ପିଲା ମାନଙ୍କ ପରିବାର ସମସ୍ତେ ଆର୍ଥିକ କ୍ଷେତ୍ରରେ ଏତେଟା ସ୍ୱଚ୍ଛଳ ନୁହଁନ୍ତି । ଯେଉଁଥିଲାଗି ସମସ୍ତଙ୍କ ପାଖରେ ଆନଡ୍ରୋଏଡ ମୋବାଇଲ ରହିବା ସମ୍ଭବ ନୁହେଁ । ଏହିଭଳି କ୍ଷେତ୍ରରେ ଶିକ୍ଷକ ମାନେ ଯେତିକି ପିଲାଙ୍କୁ ପାଠ ପଢାଉଥିଲେ ବି ଅନ୍ୟ ପିଲା ମାନଙ୍କ ପାଠ ପଢାକୁ ନେଇ ଚିନ୍ତାରେ ଥିବା ଜଣାପଡିଛି । ଏହାରି ଭିତରେ ଲକଡାଉନ ୩ୟ ପର୍ଯ୍ୟାୟ ସରିଥିବା ବେଳେ ରାଜ୍ୟ ଓ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଅଳ୍ପ କିଛି ଜିଲ୍ଲା ଓ ରାଜ୍ୟରେ ଏହାର ପ୍ରଭାବ କମ୍ ରହିଛି । ତେବେ ପୁର୍ନବାର ଲକଡାଉନ ନେଇ ମଧ୍ୟ ସରକାର ଚିନ୍ତା କରୁଥିବା କୁହାଯାଉଛି । ଏହାରି ଭିତରେ ଉଭୟ ଇଁରାଜୀ ମିଡିଅମ ଓ ଓଡିଆ ମିଡିଅମ ସ୍କୁଲ ଗୁଡିକରେ ପାଠ ପଢୁଥିବା ପିଲା ମାନେ ବ୍ୟସ୍ତ ହେଉଥିବା ବେଳେ ସେମାନଙ୍କ ଭବିଷ୍ୟତ କ’ଣ ହେବ ସେନେଇ ଅଭିଭାବକ ମହଲରେ ଚିନ୍ତା ବଢାଇଛି ।