
-
ଲାଇସେନ୍ସ ରଦ୍ଦ ପାଇଁ ସରକାର ଙ୍କ ନିର୍ଦ୍ଧେଶ କୁ ଅପେକ୍ଷା
ଅନୁଗୁଳ-ମଦ ମାଫିଆ ବିକ୍ରମ ସାହୁ ଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି।ଜାମିନ ଆବେଦନ ର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଜଜ ଆଜି ବିକ୍ରମଙ୍କର ଜାମିନ ଆବେଦନ କୁ ଖାରଜ କରିଦେଇ ଛନ୍ତି।ସୂଚନା ଥାଉ କି ଅନୁଗୁଳ ର ଜଣା ଶୁଣା ମଦ ବେପାରୀ ବିକ୍ରମ ସାହୁ ଙ୍କୁ ଅନୁଗୁଳ ପୋଲିସ ଗତ ଏପ୍ରିଲ 24 ତାରିଖରେ ଗିରଫ କରିଥିଲେ।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ପୋଲିସ 24 ତାରିଖ ପ୍ରାତଃ 3 ଟା ସମୟରେ ବିକ୍ରମଙ୍କର କରଡାଗାଡ଼ିଆ ସ୍ଥିତ ଦେଶୀ ଭାଟି ଉପରେ ଚଢ଼ାଉ କରିଥିଲେ।ମଦ ଭାଟି ଉପରେ ଚଢ଼ାଉ କରି ପୋଲିସ ଉକ୍ତ ସ୍ଥାନରୁ 4440 ଲିଟର ଦେଶୀ ମଦ,6000 ଲିଟର ପୋଚ,30 ଟି 200 ଲିଟର ବିଶିଷ୍ଟ ପ୍ଲାଷ୍ଟିକ ଡ୍ରମ ରେ ଥିବା ମହୁଲି ପୋଚ,18 ଟି ମୋଟର ସାଇକେଲ,21 ଟି ମୋବାଇଲ ,ଗୋଟିଏ ଅଟୋ ରିକ୍ସା ଓ ଗୋଟିଏ ଚାରି ଚକିଆ ଗାଡି ଜବତ କରିଥିଲେ।ପୋଲିସ 24 ତାରିଖ ଦିନ ଉକ୍ତ ଘଟଣାରେ ବିକ୍ରମ ସାହୁ ଙ୍କ ସମେତ 43 ଜଣଙ୍କ ନାମରେ 15 ଟି ମାମଲା ରୁଜ୍ଜୁ କରିଥିଲେ।ତାଲା ବନ୍ଦ ସମୟରେ ସରକାରୀ ସିଲ ଭାଙ୍ଗି ମଦ ରାନ୍ଧି ବିକ୍ରି କରିବା ଅଭିଯୋଗରେ ପୋଲିସ ବିକ୍ରମ ଙ୍କୁ ଗିରଫ କରିଥିବା ଏକ ପ୍ରେସ ବିବୃତି ରେ ଜଣାଇଥିଲେ।ଆଜି ବିକ୍ରମଙ୍କର ଜାମିନ ଆବେଦନ ଉପରେ ଶୁଣାଣି କରି ମାନ୍ୟବର ଅଦାଲତ ତାଙ୍କ ଆବେଦନ କୁ ଖାରଜ କରିଦେଇ ଛନ୍ତି।ଅପର ପକ୍ଷରେ ଆଜି ଅବକାରୀ ଅଧିକ୍ଷକ ନିଜ ବୟାନ ରେ କହି ଛନ୍ତି ଯେ ତାଲା ବନ୍ଦ ସମୟରେ ସରକାରୀ ସିଲ ଭାଙ୍ଗି ମଦ ରାନ୍ଧି ବିକ୍ରି କରିବା ଘଟଣା ସରକାର ଙ୍କୁ ଅବଗତ କରି ଦିଆ ଯାଇ ଅଛି।ସରକାର ଙ୍କ ପରବର୍ତ୍ତୀ ନିର୍ଦେଶ ଅନୁସାରେ ବିକ୍ରମ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।