ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । କିଭଳି ଜିଲ୍ଲାବାସୀଙ୍କୁ ଗୋଷ୍ଠୀ ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେଥିପାଇଁ ଉଦ୍ୟମ ଚାଲିଛି । ଏହିକ୍ରମରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ସମସ୍ତ ଅଧିକାରୀ, କାମ କରୁଥିବା ସମସ୍ତ କର୍ମଚାରୀ, ବାହାରୁ ଆସୁଥିବା ଅତିଥିଙ୍କ ସାନିଟାଇଜେଶନ୍ ଏବଂ ସ୍କ୍ରିନିଂ କରାଯାଇ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରାଯାଉଛି । ତେବେ କୋଭିଡ-୧୯କୁ କିପରି ଭାବେ ମୁକାବିଲା କରାଯିବ ସେଥିପାଇଁ ଅନେକ ସମୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ଅନ୍ୟ ଅଧିକାରୀମାନେ ଉକ୍ତ କାର୍ଯ୍ୟାଳୟର ବୈଠକ କରୁଛନ୍ତି । ଏଥିପାଇଁ ବହୁ ଅଧିକାରୀ ଓ ଅନ୍ୟମାନେ ଜିଲ୍ଲାପାଳଙ୍କ ଅଫିସ୍କୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।
Related Stories
November 25, 2024