ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିର୍ମିତ ଗୃହ ଏବେ କୋଭିଡ-୧୯ ସଂଗରୋଧ କେନ୍ଦ୍ର ହେବାକୁ ଯାଉଛି । ଏଥି ପାଇଁ ଏହି ଗୃହର ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପଂହଚିଛି । ଏହି ନୁତନ ଗୃହଟି ବହୁ ଦିନ ପୂର୍ବେ ନିର୍ମାଣ କାର୍ଯ୍ୟ ସରିଯାଇଥିଲେ ମଧ୍ୟ ସେହି ଗୃହଟି କୌଣସି କାର୍ଯ୍ୟରେ ନ ଲାଗି ଭୂତ କୋଠି ପାଲଟିଥିଲା । ଯାହାକୁ ଏବେ ଏହି ଗୃହଟି କାମରେ ଲାଗିବାକୁ ଯାଉଛି । ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ହରିପୁର ,ସିଂହାପୁର,ବ୍ରହ୍ମବରଦା,ଲକ୍ଷ୍ମୀନଗର ଓ କୁଣ୍ଡପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ନିକଟରେ କୃଷ୍ଣପଡା,ନଠୁଆବର ଓ ସଦାନନ୍ଦପୁର ଅଂଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ପଶିବା ପରେ ଏହି ଗୃହଟି ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ନେଇ ଅଂଚଳରେ ଆଲୋଚନା ହେଉଛି ।
Related Stories
February 1, 2025