ଧର୍ମଶାଳା – ଦେଶରେ କରୋନା ସଂକ୍ରମଣ ଲୋକଙ୍କ ଚନ୍ତା ବଢିଯାଇଥିବା ବେଳେ ଏବେ ଅସହ୍ୟ ଗରମରେ ପାନୀୟ ଜଳ ନ ମିଳିବାରୁ ଏହି ଚିନ୍ତାକୁ ଆହୁରୀ ଦ୍ୱିଗୁଣିତ କରିଥିବା ନେଇ ଅଭିଯୋଗ ହୋଇଛି । ଯାଜପୁର ଜିଲା ବଡଚଣା ବ୍ଲକ ଶାଳାପଡା ପଂଚାୟତର ତିଳପଦା ଗ୍ରାମବାସୀ ଏଭଳି ଅଭିଯୋଗ ହୋଇଛି । ଏହି ଗ୍ରାମର ୧୬ ନଂ ୱାଡରେ ୨୦ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ପାନୀୟ ପାଇଁ ଶୁଦ୍ଧ ଜଳରୁ ବଂଚିତ ହୋଇଛନ୍ତି । ଏହି ଗ୍ରାମରେ ସରକାରୀ ନଳକୂପ ଥିଲେ ମଧ୍ୟ ସେଥିରୁ ଭଲ ପାଣି ବାହାରୁ ନାହିଁ । ଏବଂ ଏହି ନଳକୂପଟି ନିର୍ମାଣ ସମୟରେ ଏକ ବ୍ୟକ୍ତିଗତ ଜମିରେ ହୋଇଥିବାରୁ ସମ୍ପୃକ୍ତ ବ୍ୟକ୍ତି ଏହି ନଳକୂପକୁ ଗ୍ରାମବାସୀଙ୍କୁ ବାରଣ କରୁଛନ୍ତି । ଫଳରେ ଗ୍ରୀଷ୍ମ ପ୍ରଭାବରେ ଲୋକେ ପାଣି ଟିକେ ପାଉ ନଥିବା ବେଳେ ସେମାନେ ନିକଟସ୍ଥ ପୋଖରୀ ପାଣି ଉପରେ ନିର୍ଭର କରୁଛନ୍ତି । ଯହି ଆଗକୁ ଏହି ଗ୍ରୀଷ୍ମ ପ୍ରଭାବ ଜାରି ରୁହେ ତାହା ହେଲେ ପୋଖରୀ ମଧ୍ୟ ଶୁଖି ଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏନେଇ ଗ୍ରାମବାସୀ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏନେଇ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Related Stories
February 1, 2025