ଧର୍ମଶାଳା – ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହଳଦୀବସନ୍ତ ଗ୍ରାମରେ ଜଣେ ବୃଦ୍ଧଙ୍କୁ ସଂଘବଦ୍ଧଭାବେ ଗତ କାଲି ବିଳମ୍ବିତ ରାତିରେ ଦୃବୃତମାନେ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଏହି ଘଟଣାକୁ ବୃଦ୍ଧ ଜଣକ ବରୀ-ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଏହି ଥାନା ଅନ୍ତର୍ଗତ ହଳଦୀବସନ୍ତ ଗ୍ରାମର ହରିହର ଜେନା(୬୮) ଅସହ୍ୟ ଗରମ ହେବାରୁ ସେ ରାତିରେ ଘର ବାରଣ୍ଡାରେ ବସିଥିଲେ । ସେହି ସମୟରେ ଏହି ଗ୍ରାମର କିଛି ଯୁବକ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ହରିହର ଆହତ ହୋଇଥିଲେ । ହରିହର ଚିକିତ୍ସିତ ହୋଇ ଫେରିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
Related Stories
February 1, 2025