କେନ୍ଦୁଝର – କୋଭିଡ -୧୯ ନିର୍ଦ୍ଦେଶାବଳୀ ଉଲଙ୍ଘନ କରିଥିବା କାରଣରୁ କେନ୍ଦୁଝର ସହରର ସ୍ୱସ୍ତି ମେଡିସିନ ହଲ ଏବଂ ସେବା ମେଡିସିନ ହଲ ଦ୍ୱୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ସଂପର୍କରେ ସୂଚନା ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ କରନା ଭାଇରସ କୋଭିଡ-୧୯ ର ପ୍ରତିହତ କରିବା ପାଇିଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରହିଥିବା ନିର୍ଦ୍ଦେଶାବଳୀର ଅନୁପାଳନ ସଂପର୍କରେ ତଦାରଖ କରାଯିବା ସମୟରେ ସହର ମଧ୍ୟରେ ଅବସ୍ଥିତ ସ୍ୱସ୍ତି ମେଡିସିନ ହଲ ଓ ସେବା ମେଡିସିନ ହଲକୁ ପରିଦର୍ଶନ କରିଥିଲେ କେନ୍ଦୁଝର ତହସିଲଦାର । ତହସିଲଦାରଙ୍କ ପରିଦର୍ଶନ ସମୟରେ ଉକ୍ତ ମେଡିସିନ ହଲ ଦ୍ୱୟରେ ଡାକ୍ତରଙ୍କ ଦ୍ୱାରା ରୋଗୀମାନଙ୍କର ପରୀକ୍ଷା ନିରୀକ୍ଷା କରାଯିବା ସହ ଚିକିତ୍ସା କରାଯାଉଥିବା ସତ୍ୱେ କୌଣସି ରେଜିଷ୍ଟର ମେଟେଂନ କରାଯାଉ ନଥିବା କିମ୍ବା ଥଣ୍ଡା , କାଶ, ଜ୍ୱର ଛିଙ୍କ ଇଦ୍ୟାଦି ଲକ୍ଷଣ ରହିଥିବା ରୋଗୀଙ୍କ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ ଅଧିକାରୀଙ୍କୁ ଅବଗତ କରାଯାଉ ନଥିବା ସଂପର୍କରେ ଜଣା ପଡିଥିଲା ।
ବର୍ତମାନ ପରିସ୍ଥିତିରେ କରୋନା ଭଳି ମହାମାରୀ ବଢିଚାଲିଥିବା ବେଳେ ଏଭଳି ଘଟଣା ସଂପର୍କରେ ତହସିଲଦାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଅବଗତ କରାଯାଇଥିଲା । ଏବଂ ତହସିଲଦାରଙ୍କ ଚୁଡାନ୍ତ ରିପୋର୍ଟକୁ ଆଧାର କରି କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲାମାଜି୍େରଷ୍ଟ୍ରଟ ଆଶିଷ ଠାକରେ ଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ମେଡିସିନ ହଲ ଦ୍ୱୟକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି ।