ଭୁବନେଶ୍ୱର – ଓଡିଶାରେ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଓଡିଶା ପାଇଁ ବିସ୍ତୃତ ଭାବରେ ଗୋଟିଏ ବ୍ଲୁ ପ୍ରିଂଟ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରନ୍ତୁ । ଦ୍ୱିତୀୟରେ ଗଞ୍ଜାମ ଜିଲ୍ଲାରେ ପରିସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ଆଜିଠାରୁ ଯେଉଁ ଜିଲ୍ଲା ଗୁଡିକରେ ଅଧିକରୁ ଅଧିକ ସଂକ୍ରମିତ ହେଉଛନ୍ତି ବା ସଂକ୍ରମିତ ହେବାର ସମ୍ଭାବନା ଅଛି ସେହିପରି କ୍ଷେତ୍ରରେ ଉଚିତ୍ ପଦକ୍ଷେପ ନନେଲେ ସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଏକ ପ୍ରେସ ବାର୍ତା ମାଧ୍ୟମରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଅନେକ ଗୁଡିଏ ଉପାଦେୟ କଥା ରହିଛି । ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜିଓର (ଏସ୍ଓପି) ସାରା ଦେଶ ପାଇଁ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି । ଏହି ବିଷୟରେ ସେ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେହିପରି ସଂକ୍ରମିତ ଅଂଚଳକୁ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ରେ ବିଭକ୍ତ କରି କାର୍ଯ୍ୟ କରାଯିବା ନିହାତି ଆବଶ୍ୟକ । ଓଡିଶା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବା ପୂର୍ବ ଅବସ୍ଥାକୁ ଫେରି ଆସିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ସେ ଅନୁରୋଧ କରିଛନ୍ତି । ଦ୍ୱିତୀୟରେ ଗଞ୍ଜାମ ଜିଲ୍ଲାରେ ପରିସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ଆଜିଠାରୁ ଯେଉଁ ଜିଲ୍ଲା ଗୁଡିକରେ ଅଧିକରୁ ଅଧିକ ସଂକ୍ରମିତ ହେଉଛନ୍ତି ବା ସଂକ୍ରମିତ ହେବାର ସମ୍ଭାବନା ଅଛି ସେହିପରି କ୍ଷେତ୍ରରେ ଉଚିତ୍ ପଦକ୍ଷେପ ନନେଲେ ସ୍ଥିତି ସମ୍ଭାଳିବା ଅସମ୍ଭାଳ ହୋଇଯିବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରିଦେଇଛନ୍ତି । କାରଣ ବଲାଙ୍ଗୀର ଜିଲ୍ଲାରେ ଆସିବେ ବୋଲି ୧ ଲକ୍ଷ ଲୋକ ପଞ୍ଜିକୃତ କରିଛନ୍ତି । ଏବେ ଯାହା ଗଞ୍ଜାମର ପରିସ୍ଥିତି ଅଛି ତାହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଯଦି ଉକ୍ତ ଜିଲ୍ଲାଗୁଡିକରେ ତୁରନ୍ତ ପଦକ୍ଷେପ ନନିଆଯିବ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।