ଭୁବନେଶ୍ୱର – ଆସନ୍ତାକାଲିଠାରୁ ଚାଲିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନରେ ଅଧିକ ୫ଟି ବଗି ସଂଯୋଗ କରାଯିବାକୁ ନିଷ୍ପତି ନିଆଯାଇଛି । ନୂଆ କରି ସଂଯୋଗ ହେବାକୁ ଥିବା ୫ ଟି ବଗି ମଧ୍ୟରୁ ୪ଟି ତୃତୀୟ ଶ୍ରେଣୀ ଆସନ ବଗି ଥିବାବେଳେ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଆସନ ବଗି ରହିଛି । ଏହି ନୂଆ ୫ଟି ବଗିଙ୍କୁ ମିଶାଇ ଟ୍ରେନର ସମୁଦାୟ ବଗି ସଂଖ୍ୟା ୨୨ରେ ପହଂଚିଛି । ଟ୍ରେନ୍ ପ୍ରତି ଲୋକଙ୍କର ଚାହିଦାକୁ ନଜରରେ ରଖି ଏହି ନିଷ୍ପତି ନେଇଛି ରେଳ ମନ୍ତ୍ରାଳୟ । ଗତକାଲି ବୁକିଂ ଆରମ୍ଭ ହେବାର ମାତ୍ର ଘଂଟାକ ମଧ୍ୟରେ ଭୁବନେଶ୍ୱର ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନର ଟିକେଟ ସରିଯାଇଥିଲା ।
ଆସନ୍ତାକାଲି (ବୁଧବାର) ଠାରୁ ଭୁବନେଶ୍ୱର – ନୂଆଦିଲ୍ଲୀ ମଧ୍ୟରେ ସବୁଦିନ ଚାଲିବ ସ୍ୱତନ୍ତ୍ର ଟ୍ରେନ । ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରୁ ଏହି ସ୍ୱତନ୍ତ୍ର ଟ୍ରେନ ଚାଲିବ । ୧୩ ତାରିଖ ସକାଳ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ୱରରୁ ଛାଡିବ । ଭୁବନେଶ୍ୱରରୁ ବାହାରିଥିବା ଏହି ଟ୍ରେନ ମୋଟ ୭ଟି ଷ୍ଟେସନ ଯଥା ବାଲେଶ୍ୱର, ହିଜଲି (ଖଡଗପୁର), ଟାଟା, ବୋକାରୋ, ଗୟା, ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, କାନପୁର ସେଂଟ୍ରାଲରେ ରହିବ ।
ଉଲ୍ଲେଖ୍ୟଯୋଗ୍ୟ ଯେ ଟ୍ରେନ ଛାଡିବାର ୯୦ ମିନିଟ ପୂର୍ବରୁ ପ୍ଲାଟଫର୍ମରେ ପହଂଚିବାକୁ ପରାମର୍ଶ ଦିଅ ।ଯାଇଛି । କେବଳ ଆଇଆରସିଟିସି ୱେବସାଇଟରେ ୭ ଦିନର ଆଗୁଆ ଟିକେଟ ବୁକ କରି ପାରିବେ ଯାତ୍ରୀ । କେବଳ କନଫର୍ମ ଟିକେଟରେ ହିଁ ଯାତ୍ରା କରିହେବ । ତେବେ ଟ୍ରେନ ଛାଡିବାର ୨୪ ଘଂଟା ପୂର୍ବରୁ ଟିକେଟ ବାତିଲ କରିହେବ ଏବଂ ଟିକେଟ ବାତିଲ କଲେ ୫୦ ପ୍ରତିଶତ ଚାର୍ଜ ପଡିବ ।