ଧର୍ମଶାଳା – କରୋନା ସଂକ୍ରମଣର ପ୍ରଭାବ ସବୁଠି ପଡିଛି । ଯାଜପୁର ଜିଲାକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି । ଫଳରେ ଅନେକ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ବିଶେଷ କରି ଦିନ ମଜୁରିଆ ଓ ଶ୍ରମିକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପରିବାରକୁ ଅନେକ ସ୍ୱେଚ୍ଛାସେବୀମାନେ ସହଯୋଗର ହାତ ବଢାଉଛନ୍ତି । ଏହି ଅବସରରେ ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତରେ ଅନେକ ଦଳିତ ଶ୍ରେଣୀର ଲୋକେ, ଦିନ ମୁଜୁରିଆ ଓ ବିଧବା ମହିଳାମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ପଂଚାୟତ ଦେଉଳି(ବାଲିଗୁଡା) ମିଶ୍ର ପରିବାରର ଯୁବ ଗୋଷ୍ଠୀମାନେ ଏକତ୍ର ହୋଇ ଏହି ସବୁ ବର୍ଗର ଲୋକମାନଙ୍କ ନିକଟରେ ପଂହଚି ଶୁଖିଲା ଖାଦ୍ୟ ବଂଟନ କରାଯାଇଥିବା ଦେଖିବାକୁ ମିଳିଛି । ବିଶେଷ କରି ଅତ୍ୟାବଶ୍ୟକୀୟ ସାମଗ୍ରୀ ସାଙ୍ଗକୁ ସାନିଟାଇଜର୍ ଓ ମାକ୍ସ ବଂଟନ କରାଯାଇଛି । ଆଗକୁ ଏହି ପଂଚାୟତର ସମସ୍ତ ୱାର୍ଡରେ ଶୁଖିଲା ଖାଦ୍ୟ ବଂଟନ ଜାରି ରହିବ ବୋଲି ଯୁବଗୋଷ୍ଠୀମାନେ ପ୍ରକାଶ କରିଛନ୍ତି ।
Related Stories
February 1, 2025