ଜୟପୁର – କୋରାପୁଟ ଜିଲ୍ଲା ଜୟପୁର ବନାଚଂଳରେ ଅଜଣା ଗାଡି ଧକ୍କାରେ ଗୋଟିଏ ହନୁ ମାଙ୍କଡର ମୃତ୍ୟୁ ଘଟିଛି । ଲକ୍ ଡାଇନ ଜାରୀ ରହିଥିବା ବେଳେ ସୋମବାର ବିଳମ୍ବିତ ରାତ୍ରରେ ଅଜଣା ଗାଡି ଧକ୍କାରେ ମାଙ୍କଡ଼ଟିର ମୃତ୍ୟୁ ଘଟିଛି । ଜବାକନାଡି ଗ୍ରାମ ନିକଟ ଜଙ୍ଗଲ ରାସ୍ତାରେ ଏକ ଅଜଣା ଗାଡି ମାଙ୍କଡ଼ଟିକୁ ଧକ୍କା ଦେଇଥିଲା । ଫଳରେ ମାଙ୍କଡଟି ଘଟଣାସ୍ଥଳରେ ପ୍ରାଣ ହରାଇଥିଲା । ଏହି ହନୁମାଙ୍କଡର ବୟସ ପ୍ରାୟ ୩ ବର୍ଷ ହୋଇଥିବା ବେଳେ ରକ୍ତାକ୍ତ ହୋଇ ମୃତ୍ୟୁ ହୋଇଥିଲା । ବନ ବିଭାଗ ଖବର ପାଇ ମାଙ୍କଡର ଶବ ଜବତ କରି ଭେଟିନାରି ଡାକ୍ତର ଆଲୋକ ଆଚାର୍ଯ୍ୟ ବ୍ୟବଚ୍ଛେଦ କରିବା ପରେ ମାଟି ଖୋଳି ପୋତା ଯାଇଥିଲା । ବନ୍ୟ ପ୍ରାଣିକୁ ଖାଇବାକୁ ଦେବା ନିୟମ ନଥିବା ବେଳେ ଲୋକ ମାନେ ପାତ୍ରପୁଟ ନିକଟରେ ଖାଇବାକୁ ଦେଇଥାନ୍ତି । କିଛି ଖାଇବା ଆଶାରେ ମାଙ୍କଡ ମାନେ ରାସ୍ତା ଉପରକୁ ଆସି ଦୁର୍ଘଟଣାରେ ଶୀକାର ହୋଇ ମୃତ୍ୟୁବରଣ କରୁଛନ୍ତି । ଏପରି ଘଟଣା ବାରମ୍ବାର ଘଟୁଥିଲେ ବି ବନ ବିଭାଗ ନିରବ ରହିଛି । ଖାଇବାକୁ ଦେବା ଲୋକଙ୍କୁ ବାରଣ ମଧ୍ୟ କରୁ ନଥିବାରୁ ଏପରି ଘଟଣା ଘଟୁଛି । ବନ ବିଭାଗ ଏଥିପ୍ରତି ଆନ୍ତରିକତା ନଦେଖାଇଲେ ଧିରେ ଧିରେ ମାଙ୍କଡ ବଂଶ ଲୋପ ପାଇବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି । ମାଙ୍କଡ଼ଟିକୁ ଏକ ମ୍ୟାକ୍ସ ପିକ ଅପ୍ ଭ୍ୟାନ୍ ଧକ୍କା ଦେଇଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ବନ ବିଭାଗ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଘଟଣାସ୍ଥଳରେ ବନପାଳ ରାମ ଚନ୍ଦ୍ର ନେପାକ, ବନରକ୍ଷୀ ଅରୁଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।