ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ରମ୍ପା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଜରେ ମହିଳା ସଙ୍ଗରୋଧ ଗୃହରେ ଥିବାବେଳେ ମାନସିକ ଭାରସାମ୍ୟ ହରାଇ ସାନିଟାଇଜର ପିଇ ଦେବାରୁ ସେ ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ମହିଳାଜଣକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ କେ.ବାର୍ତ୍ତୁଲୁଙ୍କ ୩ବର୍ଷର ଝିଅକୁ ଗତ ୭ତାରିଖରେ ଏକ କଙ୍କଡାବିଛା କାମୁଡିବାରୁ ବିଶାଖପାଟଣା ମେଡିକାଲ୍ରେ ମୃତ୍ୟୁ ହୋଇଥିଲା । ତାଙ୍କୁ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଆଣି ଶତ୍କାର କରାଯାଇଥିଲା । ବିଶାଖପାଟଣାରୁ ଆମ୍ବୁଲାନ୍ସରେ ଆସିଥିବାରୁ ଶାଶୁ, ଶଶୁର ଓ ବୋହୁଙ୍କୁ ରମ୍ପା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତେବେ ସଙ୍ଗରୋଧ ଗୃହଟି ଗ୍ରାମ ଶ୍ମଶାନ ନିକଟରେ ରହିଥିବାରୁ ଦମୟନ୍ତୀ ସଙ୍ଗରୋଧ ଗୃହରେ ରହି ନିଜ ଝିଅର ଚିତାଗ୍ନିକୁ ଦେଖିଥିଲେ । ଚିତାଗ୍ନିକୁ ଦେଖି ମାନସିକ ଭାରସାମ୍ୟ ହରାଇ ପାଖରେ ଥିବା ସାନିଟାଇଜରକୁ ପିଇ ଦେଇଥିଲେ । ଖବରପାଇ ବିଡିଓ ଘଟଣାସ୍ଥଳରେ ପହଞ୍ôଚ ଏକ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ ।
Related Stories
November 22, 2024