-
ସୋମବାର ପୁଣି ୨୯ କରୋନା ରୋଗୀ ଚିହ୍ନଟ
-
ଭୀୟଭୀତ ନହେବା ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ
ବ୍ରହ୍ମପୁର: ସକାଳ ପାହିଲେ ଗଞ୍ଜାମବାସୀଙ୍କ ହୃତକମ୍ପ ବଢ଼ୁଛି । ଉଠୁ ଉଠୁ ରାଜ୍ୟ ସରକାରଙ୍କ ୱେବସାଇଡ୍ ଖୋଲି କେତେବେଳେ ପ୍ରକାଶ ପାଇବ କରୋନା ରୋଗୀଙ୍କ ତାଲିକା ତାହା ପାଇଁ ସମସ୍ତେ ବ୍ୟସ୍ତ । ସୋମବାର ଦିନ ସକାଳେ ଜିଲ୍ଲାରେ ୧୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାବେଳେ ପୁଣି ଆଉ ୧୭ଜଣ ଯୋଡି ହୋଇ ମୋଟ ୨୯ କରୋନା ରୋଗୀ ଜିଲ୍ଲାରେ ଚିହ୍ନଟ ହୋଇ ମୋଟ ସଂଖ୍ୟା ୧୫୪ରେ ପହଞ୍ôଚଛି । ତେବେ ସମସ୍ତ କରୋନା ରୋଗୀ ସଙ୍ଗରୋଧ ଗୃହ ବା ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପରେ ଥିଲେ ଓ କୌଣସି ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ନାହିଁ । ତେଣୁ ଭୟଭୀତ ନହୋଇ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ସଚେତନତା କରାଯାଉଛି । ଖୋଦ୍ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍କରି ଜିଲ୍ଲାବାସୀଙ୍କୁ ଭୟଭୀତ ନହେବା ଓ ଗୁଜବ ଖବର ଠାରୁ ଦୂରରେ ରହିବା ପାଇଁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୪୫ହଜାର ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୩ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ହିଁ ବର୍ତ୍ତମାନ ଚିହ୍ନଟ ହୋଇଥିବା ୧୫୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ପ୍ରବାସୀଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଓଡ଼ିଶାର ହଟ୍ସ୍ପଟ୍ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା ରାଜ୍ୟ ସରକାରଙ୍କ ତୀକ୍ଷଣ ନଜରରେ ରହିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କରୋନା ଯୋଦ୍ଧାଙ୍କୁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ୫-ଟି ସଚିବ ଭିଡିଓ କନ୍ଫେରେନ୍ସି ଜରିଆରେ ଜିଲ୍ଲା ପ୍ରଶାସନକୁ ସାବାସୀ ଦେବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସଦସ୍ୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କୁ ଗଞ୍ଜାମକୁ ପଠାଇ ବିଭିନ୍ନ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ପରିଦର୍ଶନ ସହ କରୋନା ରୋଗୀ ଓ ସନ୍ଦିଗ୍ଧଙ୍କୁ କିପରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ତାହାର ରୂପରେଖ ପ୍ରସ୍ତୁତ ହେଉ କି ଜିଲ୍ଲାରେ ଅଧିକ କୋଭିଡ ହସ୍ପିଟାଲ ଖୋଲିବା ପଦକ୍ଷେପ ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତାକୁ ଆଗକୁ ନେଇଛି । ଆଗକୁ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବ । ଏଥିରେ ଭୟଭୀତ ନହୋଇ ଏହାର ମୁକାବିଲା କିପରି କରିବା ତାକୁ ନେଇ ଏବେ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର, ନର୍ସଙ୍କ ମିଳିତ ଉଦ୍ୟମରେ ଏବେ କରୋନା ମୁକାବିଲା ସୁରୁଖୁରୁରେ ଚାଲିଛି । ତେଣୁ ଭୟଭୀତ ନହୋଇ ଏହାକୁ କିପରି ମୁକାବିଲା କରିବା ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପଡିବ ।