ବ୍ରହ୍ମପୁର: ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଓଡ଼ିଆ ଯେତେ ଆସୁଛନ୍ତି ସେତେ ପରିମାଣରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବ୍ରହ୍ମପୁର ସହରରେ ଥିବା କିଛି ସଙ୍ଗରୋଧ ଗୃହରେ କୁଆଡେ କରୋନା ରୋଗୀ ଚିହ୍ନଟପରେ ସହରବାସୀଙ୍କୁ ଅଜଣା ଚିନ୍ତା ଘାରି ଦେଇଛି । ସେପଟେ ସହରରେ ସକାଳ ୭ରୁ ସନ୍ଧ୍ୟା ୭ ଦୋକାନ ବଜାର ଖୋଲିବା ପାଇଁ ବିଏମ୍ସି ଅନୁମତି ଦେଇଛି । ଜିଲ୍ଲାରେ ରେଡ୍ ଜୋନ୍ ଜାରି ରହିଥିବା ବେଳେ ରେଡ୍ ଜୋନ୍ର ନୀତିନିୟମ ଅନୁସାରେ ଦୋକାନ ବଜାର ଖୋଲାଯାଇଛି । ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ ବିଏମ୍ସି କର୍ତ୍ତୃପକ୍ଷ କରୁଥିବା ଅନୁମାନ କରାଯାଉଛି । ସକାଳ ୭ରୁ ୧୨ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ବଜାର ଖୋଲାଯିବା ପାଇଁ ରୂପରେଖ ପ୍ରସ୍ତୁତ ହେଉଥିବା ବେଳେ ମଧ୍ୟାହ୍ନ ୧ଟାରୁ ୫.୩୦ମିନିଟ୍ ପର୍ଯ୍ୟନ୍ତ ଅଣ ଅତ୍ୟାଶ୍ୟକୀୟ ସାମଗ୍ରୀ ଦୋକାନ ବଜାର ଖୋଲିବା ପାଇଁ ନିୟମ କୁଆଡେ ବିଏମ୍ସି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିପାରେ । ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀମାନେ ଟ୍ରେନ୍ ଓ ବସ୍ ଯୋଗେ ନିଜ ଭିଟାମାଟିକୁ ଫେରିବେ । ତାହାର ତଥ୍ୟ ରଖିବା ଏବେ ଜିଲ୍ଲା ପ୍ରଶାସନକୁ ଅଡୁଆରେ ପକାଇପାରେ । ସେହିଭଳି ସହରକୁ ମଧ୍ୟ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଆସିବେ । ତେଣୁ ସମସ୍ତେ ସଚେତନତା ହୋଇ ଭୟ ନକରି କରୋନା ମୁକାବିଲା କିପରି ରୋକିବା ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ ।
Related Stories
April 21, 2025