-
ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ମାମଲା ସମାଧାନ
ବ୍ରହ୍ମପୁର: ବ୍ରହ୍ମପୁର ଶୀତଳାପଲ୍ଲୀ ଠାରେ ଥିବା କୋଭିଡ ହସ୍ପିଟାଲରେ ସୋମବାର କାର୍ଯ୍ୟରତ ନର୍ସମାନେ ଦେଇଥିବା ଧାରଣାର କିଛି ସମୟପରେ ପୁଣି ଓହରିଥିବା ଜଣାଯାଇଛି । ଏହାସହ ଏମ୍କେସିଜି ମେଡିକାଲ୍ରେ ମଧ୍ୟ ନର୍ସମାନେ ଦେଇଥିବା ଧାରଣା ଓ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ପହଞ୍ôଚ ଆଲୋଚନାକରି ପ୍ରତିଶ୍ରୁତି ଦେବାପରେ ନର୍ସମାନେ ଧାରଣାରୁ ଓହରିଥିବା ଜଣାପଡିଛି । ସୂଚନାଥାଉକି, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସମାନଙ୍କୁ ଅଣଦେଖା କରାଯାଉଥିବା ଓ ସେମାନଙ୍କୁ କୋଭିଡ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉନଥିବା ଅଭିଯୋଗକରି ସୋମବାର ସକାଳେ ମେଡିକାଲ୍ ସମ୍ମୁଖରେ ଧାରଣାରେ ବସିଥିଲେ । ଖବରପାଇ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ôଚ ଧାରଣାରତ ନର୍ସଙ୍କ ସହ ଆଲୋଚନାକରି ସମସ୍ୟା ଓ ଦାବିକୁ ସମାଧାନ କରାଯିବ ବୋଲି କହିବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସେମାନଙ୍କୁ ଆବଶ୍ୟକୀୟ ମାସ୍କ, ସାନିଟାଇଜର, ଗ୍ଲୋବସ ସହ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଉପଜିଲ୍ଲାପାଳ କହିବାପରେ ସେମାନେ ଧାରଣାରୁ ଓହରିଥିଲେ । ସେହିପରି ସୁପରିଟେଣ୍ଡେଣ୍ଟ ଅଫିସ୍ ଆଗରେ ଦେଇଥିବା ଧାରଣାରୁ ମଧ୍ୟ ନର୍ସମାନେ ଓହରିଛନ୍ତି ।