ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କରୋନା ପଜେଟିଭଙ୍କ ଏକ ମିଥ୍ୟା ତାଲିକା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହା ଉପରେ କେହି ବିଶ୍ୱାସ କରନ୍ତୁ ନାହିଁ କି ଏହାକୁ କୌଣସି ସୋସିଆଲ ମିଡିଆରେ ସେୟାର କିମ୍ବା ଫୋରୱାର୍ଡ କରନ୍ତୁ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଟ୍ୱିଟ୍କରି ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଏହାକୁ ନେଇ ଡରିବାର ନାହିଁ । ଏଭଳି ତାଲିକା ଜିଲ୍ଲା ପ୍ରଶାସନ ପ୍ରକାଶ କରିନାହିଁ । ଗୁଜବ ପ୍ରତି ସଚେତନ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଉକ୍ତ ମିଥ୍ୟା ତାଲିକାର ଏକ ଫଟୋକୁ ଟ୍ୱିଟ୍ରରେ ପୋଷ୍ଟକରି ଜିଲ୍ଲାବାସୀଙ୍କୁ ଅବଗତ କରାଇଛନ୍ତି ।
Related Stories
April 27, 2025