-
ଆମ୍ବ ମାର୍କେଟକୁ ସିଲ୍କଲା ବିଏମ୍ସି
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ଏହି ସର୍ବପୁରାତନ ଆମ୍ବ ବଜାରକୁ ପ୍ରତ୍ୟେକ ଦିନ ଛତିଶଗଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସହ ବିଭିନ୍ନ ରାଜ୍ୟରୁ ଆମ୍ବ ଆମଦାନୀ ହେଉଛି । ଏହି ଆମ୍ବ ସବୁ ଆମ୍ବ ବ୍ରହ୍ମପୁରର ଦେକାନ ବଜାର ସହ ଜିଲ୍ଲାର ଅନ୍ୟ ସହର ଓ ଗ୍ରାମାଞ୍ଚଳକୁ ପଠାଯାଉଛି । ତେବେ ବର୍ତ୍ତମାନ ଗ୍ରୀଷ୍ମଦିନ ହେତୁ ଏବେ ଆମ୍ବର ଚାହିଦା ରହିଛି । ପ୍ରତ୍ୟେକ ଦିନ ଆମ୍ବ ଧରି ବାହାର ରାଜ୍ୟରୁ ବେପାରୀ ଓ ଟ୍ରକ ଚାଳକ ଏହି ମାର୍କେଟରେ ପ୍ରବେଶ କରୁଛନ୍ତି । ବ୍ୟବସାୟ କରିବା ବେଳେ ଉପଯୁକ୍ତ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ବିଏମ୍ସି ପକ୍ଷରୁ ବ୍ୟବସାୟୀଙ୍କୁ ପୂର୍ବରୁ ବହୁବାର କୁହାଯାଇଥିଲା । କିନ୍ତୁ ବ୍ୟବସାୟୀମାନେ ବିଏମ୍ସିର ନିର୍ଦ୍ଦେଶନାମାକୁ ପାଳନ କରିନଥିଲେ । ଏପରିକି ପୁଲିସ ପକ୍ଷରୁ ୪ ଦିନ ତଳେ ଏ ନେଇ ଚେତାବନୀ ମଧ୍ୟ ଦିଆଯାଇଥିଲା । ହେଲେ ବ୍ୟବସାୟୀମାନେ ବେପାର କଲା ବେଳେ ସାମାଜିକ ଦୂରତ୍ୱ ନରଖିବାରୁ ସୋମବାର ବାଧ୍ୟହୋଇ ବିଏମ୍ସି ପକ୍ଷରୁ ଏହି ମାର୍କେଟକୁ ସିଲ କରାଗଲା ବୋଲି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି । ଆମ୍ବ ବଜାର ମୁଖ୍ୟ ଫାଟକରେ ବିଏମ୍ସି ପକ୍ଷରୁ ନୋଟିସ ଲଗାଯିବା ସହ ଉକ୍ତ ଆମ୍ବ ବଜାରକୁ ଯେପରି କେହି ପ୍ରବେଶ କରିନପାରିବେ ସେଥିପାଇଁ ସେଠାରେ ଦିନରାତି ପୁଲିସ କର୍ମଚାରୀ ନିୟୋଜିତ କରାଯାଇଛି । ଅନ୍ୟପକ୍ଷରେ ଏହି ବଜାର ଭିତରେ ଥିବା ୮୦ଟି ଷ୍ଟଲ୍ରେ ବର୍ତ୍ତମାନ ୩୦ଟନରୁ ଉର୍ଦ୍ଧ୍ୱ ଆମ୍ବ ଗଛିତ ରହିଛି । ଯାହାର ଅନୁମାନିକ ମୂଲ୍ୟ ୮୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ । ତେଣୁ ସେହି ଆମ୍ବଗୁଡ଼ିକର ଅବସ୍ଥା କଣ ହେବ ତାକୁ ନେଇ ବ୍ୟବସାୟୀଙ୍କ ଚିନ୍ତା ବଢିଯାଇଛି ।