-
ପ୍ରେମଜନୀତ କାରଣ ସନ୍ଦେହ, ପୋଲିସର ଛାନବିନ ଆରମ୍ଭ
ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗେଟ୍ବଜାର ପଞ୍ଚାନନ ନଗରରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳାଜଣକ ହେଲେ ରଶ୍ମି ମେହେର(୩୨) । ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଥିବା ବେଳେ ୩ଟି ସନ୍ଦାନ ସହ ସେ ନିଜ ଘରେ ରହୁଥିଲେ । ରବିବାର ବିଳମ୍ବିତ ରାତ୍ରରେ ଘରେ ନିଜର ୩ ସନ୍ତାନକୁ ଧରି ଶୋଇଥିବା ବେଳେ ସୋମବାର ସକାଳୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତେବେ ଏହି ମୃତ୍ୟୁ ପ୍ରେମଜନୀତ କାରଣରୁ ହୋଇଥିବା ନେଇ ଜଣାପଡିବାପରେ ବୈଦ୍ୟନାଥପୁର ଜଣକୁ ଅଟକ ରଖି ପଚରା ଉଚୁରା କରୁଥିବା କୁହାଯାଇଛି । ମୃତ ରଶ୍ମିଙ୍କ ଭାଇ ନିଜ ଭଉଣୀକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଶବକୁ ଜବତ କରିବା ସହ ସାଇଣ୍ଟଫିକ୍ ଟିମ୍ ସହ ତଦନ୍ତ ଆରମ୍ଭ କରିଛି । ରଶ୍ମିଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିବା ପରେ ରଶ୍ମିଙ୍କ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହକରି ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ପୋଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦପରେ ପରିବାର ଲୋକଙ୍କୁ ହସ୍ତାନ୍ତରକରି ତଦନ୍ତ କରୁଥିବା ଜଣାପଡିଛି ।