-
ବିପଦ ବେଳେ ସହାୟତାର ହାତ ବଢାଇ ବାଲେଶ୍ଵରର ବିସିଜେଡି ରହିଲା ଚର୍ଚ୍ଚାରେ
-
ନିରବଚ୍ଛିନ୍ନ ଭାବେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ରବୀନ୍ଦ୍ର ଜେନା ଜିଣିଲେ ଜନମନ
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) କରୋନାର ମୁକାବିଲା କରିବାକୁ ସର୍ବତ୍ର ଲକ୍-ଡାଉନ୍ ପରିସ୍ଥିତି ଥିବାରୁ ସାଧାରଣ ଖଟିଖିଆ ମଣିଷ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତନ୍ମଧ୍ୟରୁ ଦୈନନ୍ଦିନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଅର୍ଥର ଅଭାବ ଏବଂ ଭୋକକୁ ନିୟନ୍ତ୍ରଣ କରିବା କଥାଟି ସେମାନଙ୍କୁ ଅସହାୟ କରିଛି।
ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ଵର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ ତଥା ଛାତ୍ର ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଆଇ.ଟି. ଆଇ. ଛକ ନିକଟସ୍ଥ ରାମେଶ୍ୱର ନଗର ବସ୍ତିବାସିନ୍ଦା ଓ ଷ୍ଟେସନ ପାଖରେ ଥିବା ଅସ୍ଥାୟୀ ୫୦୦ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରା ଯାଇଛି।
ପୂର୍ବତନ ଉପ ନଗରପାଳ ମନୋଜ କୁମାର ରାଉତ ଏବଂ ଯୁବନେତା ଜଗନ୍ନାଥ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। କରୋନା ଆରମ୍ଭ ହେବା ପର ଠାରୁ ବିଜୁ ଛାତ୍ର ଜନତା ଦଳ ତରଫରୁ ଶ୍ରୀ ଦାସମହାପାତ୍ରଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅନୁଦାନ ଦେବା ଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ ସମସ୍ତ ବ୍ଲକ ଏବଂ ନିର୍ବାଚନ ମଣ୍ଡଳୀରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ, ରକ୍ତଦାନ ଶିବିର, ମାସ୍କ ଓ ସାନିଟାଇଜର୍ ବଣ୍ଟନ ସହ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଜାରି ରହିଛି।
ଆଜିର କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ଟାଉନ ସଭାପତି ବ୍ରଜକିଶୋର ପ୍ରଧାନ, ମହାସଚିବ କୁଶଳ ଚାଟାର୍ଜୀ, ଉପ ସଭାପତି ମନୋରଞ୍ଜନ ମହାରଣା, ବିଜୟ ଜେନା, କିରଣ କୁମାର ନାଥ ଏବଂ ଟାଉନ କର୍ମକର୍ତ୍ତା ନରୋତ୍ତମ ଦାସ, ଜଗତ ଜୀବନ ମହାନ୍ତି, ଜୀବନ ସଂଗ୍ରାମ ମିଶ୍ର, ଶୁଭମ ନାୟକ, ପ୍ରୀତେସ ଦାସ, ଅଞ୍ଜନ ନାୟକ, ମଦନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।