-
ଗ୍ରାହକଙ୍କୁ ଯୋଗାଇ ଦେଉଛି ନିରବଚ୍ଛିନ୍ନ ଅନଲାଇନ ସେବା ଓ ସହାୟତା
-
ଭର୍ଚୁଆଲ୍ ବିକ୍ରି ଓ ସେବା ପାଇଁ ଏହାର ୭୦ ହଜାରରୁ ଅଧିକ ବିକ୍ରେତାଙ୍କୁ ପୁନଃ ପ୍ରଶିକ୍ଷଣ ଦେଇଛି
-
ଏହି ସଙ୍କଟ ସମୟରେ ଏହାର ସମସ୍ତ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ସୁରକ୍ଷିତ ରଖିଛି
ଭୁବନେଶ୍ୱର: କୋଭିଡ୍-୧୯ ପାଇଁ ଏହି ଅଭାବନୀୟ ସମୟ ଏବଂ ସଙ୍କଟ ବଢ଼ିବାର ଆଶଙ୍କା ରହିଥିବାରୁ ଭାରତର ଅଗ୍ରଣୀ ଘରୋଇ ବୀମା କଂପାନି ବଜାଜ ଆଲିଆଂଜ ଲାଇଫ୍ ଇନ୍ସ୍ରୁରାନ୍ସ ଏହାର ସମସ୍ତ ବିକ୍ରି ଓ ବ୍ୟବସାୟ ପ୍ରକ୍ରିୟାକୁ ସ୍ୱାଭାବିକ କରିଛି । ବିକ୍ରି, ସେବା ଓ ବ୍ୟବସାୟ କାର୍ଯ୍ୟ ପାଇଁ କଂପାନି ଏହାର ଭର୍ଚୁଆଲ୍ ପ୍ଲାଟଫର୍ମକୁ ବ୍ୟବହାର କରିଛି ।
ସାରା ବିଶ୍ୱରେ କୋଭିଡ୍-୧୯ ବିଭ୍ରାଟ ସୃଷ୍ଟି କରିଥିବା ବେଳେ କର୍ମଚାରୀମାନେ ଯେଭଳି ସକାରାତ୍ମକ ରହିପାରିବେ ତାହାକୁ କଂପାନି ନିଶ୍ଚିତ କରିବା ସହ କଂପାନିର ସମସ୍ତ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ଏହି ଆହ୍ୱାନପୂର୍ଣ୍ଣ ସମୟରେ ସୁରକ୍ଷିତ ରହିବା ଏବଂ ସେମାନେ ଦରକାର କରୁଥିବା ସାହାଯ୍ୟ ଦେବା ଲାଗି ସେମାନଙ୍କୁ ପୁନଃ ପ୍ରଶିକ୍ଷଣ ଦିଆଯିବ । ଏହି ସଙ୍କଟ ପରବର୍ତୀ ସମୟ ପାଇଁ ମଧ୍ୟ କଂପାନି ସେମାନଙ୍କୁ ପ୍ରଶିକ୍ଷଣ ଦେବ । ଏହି ଲକ୍ଡାଉନ୍ ସମୟରେ କର୍ମଚାରୀମାନେ ଯେଭଳି କାମ ଏବଂ ଘର କାର୍ଯ୍ୟ ଭିତରେ ସନ୍ତୁଳନ ରଖିପାରିବେ ତାହାକୁ ନଜରରେ ରଖି ପ୍ରଶିକ୍ଷଣ ଢ଼ାଂଚା ପ୍ରସ୍ତୁତ କରାଯାଇଛି ।
ଏହି ଅଭିଯାନଗୁଡ଼ିକ ସମ୍ପର୍କରେ ବଜାଜ ଆଲିଆଂଜ ଲାଇଫ୍ର ଏମ୍ଡି ଓ ସିଇଓ ଶ୍ରୀଯୁକ୍ତ ତରୁଣ ଚୁଗ୍ କହିଛନ୍ତି ଯେ, “ଏହା ଏକ ଅଭାବନୀୟ ସମୟ, ତେଣୁ ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ଆମର କର୍ମଚାରୀ ଏବଂ ସମସ୍ତ ଅଂଶୀଦାରଙ୍କୁ ସହାୟତା ପ୍ରଦାନ କରିବା ହେଉଛି ଆମର ପ୍ରମୁଖ ଲକ୍ଷ୍ୟ । ଆମର ବିଶ୍ୱାସ ରହିଛି ଯେ ନିର୍ଦିଷ୍ଟ ଲକ୍ଷ୍ୟ ଥିବା ଆମର ପ୍ରଶିକ୍ଷଣ ମଡ୍ୟୁଲ ଆମର କର୍ମଚାରୀଙ୍କୁ ନୂଆ ଢଙ୍ଗରେ କାର୍ଯ୍ୟ କରିବାରେ ବିଶେଷ ଭାବେ ପ୍ରସ୍ତୁତ କରିବ । ପୁନଶ୍ଚ, ଗ୍ରାହକମାନଙ୍କୁ ଡିଜିଟାଲ ପଏଂଟ ପ୍ରଦାନ କରାଯାଇଥିବାରୁ ଆମେ ଦେଖୁଛୁ ଯେ ସେମାନେ ଆମ ସହିତ ଜୀବନ ଲକ୍ଷ୍ୟ ଯାତ୍ରାରେ ନିବେଶ ଜାରି ରଖିଛନ୍ତି । ଏହି ସଙ୍କଟମୟ ସମୟରେ ଆମକୁ ଏକତ୍ରୀତ ହେବାକୁ ପଡ଼ିବ ଏବଂ ମିଳିତ ଭାବେ ସଙ୍କଟର ମୁକାବିଲା କରିବାକୁ ହେବ ଏବଂ ଆଗକୁ ଯାହା କିଛି ଆସୁଛି ସେଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।’’
ଗ୍ରାହକମାନେ ହ୍ୱାଟସଆପ୍, ଚାଟବଟ ବୋଇଙ୍ଗ, ଲାଇଫ୍ ଆସିଷ୍ଟ ମୋବାଇଲ୍ ଆପ୍ ଓ ଗ୍ରାହକ ପୋର୍ଟାଲ୍ ଜରିଆରେ ଗ୍ରାହକମାନେ ଯୋଗାଯୋଗରେ ରହିପାରେ । ପଲିସିଧାରକମାନେ ଅନଲାଇନ୍ରେ ପଲିସି ନବୀକରଣ କରିପାରିବେ । ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିବା ଲାଗି କଂପାନି ପଲିସିଧାରକମାନଙ୍କୁ କଂପାନି ଅନୁରୋଧ କରୁଛି ।