
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ରେ ଅନେକ ସ୍ଥାନରେ ବିନା ସୁରକ୍ଷାରେ ସଡ଼କ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ନିର୍ମାଣ କାର୍ଯ୍ୟ ପାଇଁ ନିୟୋଜିତ ଠେକାଦାର ବା ସଂସ୍ଥା ଆଡ଼ୁ ଏହା ପ୍ରତି ଧ୍ୟାନ ଦିଆଯାଉନଥିବାରୁ କେବେ ବି ବଡ଼ ଧରଣର ଦୁର୍ଘଟଣା ହେଇ ପାରେ। ଭୁବନେଶ୍ବର କେଭି ୧ ସାମ୍ନାରେ ଭି ଏମିତି ଗୋଟେ ଘଟଣା ଦେଖିବାକୁ ମିଳିଛି। କେଭି ୧ ସାମ୍ନାରେ ସଡ଼କ ପାଖରେ ଚାଲିଥିବା ନିର୍ମାଣ କାର୍ଯ୍ୟ ରେ ସୁରକ୍ଷା ଘେରା ଦିଆଯାଇ ନାହିଁ। କେଭି ୧ ରେ ଦୁଇ ହଜାର ରୁ ଉର୍ଦ୍ଧ ପିଲା ପାଠ ପଢୁଛନ୍ତି। ଏହି ଛୋଟ- ବଡ଼ ପିଲାମାନେ ଏହି ସଡ଼କ ରୁ ଜୀବା-ଆସିବା କରନ୍ତି। ସୁରକ୍ଷା ଘେରା ନ ଥିବାରୁ ଏଇଠି ଚାଲିଥିବା ନିର୍ମାଣ କାର୍ଯ୍ୟ ପ୍ରତି ତାଙ୍କର ଧ୍ୟାନ ନ ଥାଏ। ଏଭଳି ସ୍ଥିତିରେ ଯଦି କିଛି ଅଭାବନୀୟ ଘଟଣା ହୁଏ, ତା ପାଇଁ ଦାଇ କିଏ ହେବ। ସ୍ଥାନୀୟ ଲୋକେ ଏଥି ପ୍ରତି ଧ୍ୟାନ ଦେବାକୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି।