
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ସାରାଦେଶରେ ସରକାରଙ୍କ ତରଫରୁ ଲକ ଡାଉନ ଘୋଷଣା ହେବାପରେ ବହୁ ଲୋକ ନିଜ ନିଜର ଜୀବିକା ହରାଇ ଘରେ ବସିଛନ୍ତି।କାମଧନ୍ଦା ସବୁ ବନ୍ଦ ହୋଇ ଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବହୁ ଶ୍ରମିକ ଫସି ରହିଛନ୍ତି।ଗାଡ଼ି ମଟର ଓ ସରକାରୀ କଟକଣା ଯୋଗୁଁ ସେମାନେ ନିଜ ଭିଟାମାଟି କୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଦୁଃଖ କଷ୍ଟରେ ଅଟକି ରହିଛନ୍ତି।ଅନ୍ୟଉପାୟ ନପାଇ କେତେକ ଦାଦନ ଶ୍ରମିକ ଚାଲି ଚାଲି ଯାଉଥିବା ବେଳେ ଆଉ କେତେକ ସାଇକେଲ ରେ ଦୀର୍ଘ ପଥ ଅତିକ୍ରମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏଭଳି ସ୍ଥିତିରେ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ରୁ ୧୫ଜଣ ଶ୍ରମିକ ନିଜ ଗ୍ରାମ ଝାରଖଣ୍ଡ ଅଭିମୁଖେ ସାଇକେଲ ଯୋଗେ ବାହାରିଛନ୍ତି।ସେମାନେ ସେଠାରେ ରଙ୍ଗକାମ କରି ଚଳୁଥିବା ବେଳେ ଏବେ କାମ ନଥିବାରୁ ବହୁ ଦିନ ଅପେକ୍ଷା କରି ନିରାଶ ହୋଇ ଫେରିଛନ୍ତି।ରବିବାର ସେମାନେ ଆସି ଭଞ୍ଜନଗର ଠାରେ ପହଞ୍ଚିବା ପରେ ପ୍ରଶାସନ ତରଫରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏନ ଏ ସି କର୍ମଚାରୀ ମାନେ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଇଥିଲେ।ଏହାପରେ ତହସିଲଦାର ଆଲୋକ କୁମାର ପ୍ରଧାନ ସେମାନଙ୍କ ସହ ଆଲୋଚନା କରି ନିକଟସ୍ଥ ସୋରାଦେବୀ ମନ୍ଦିରରେ ରାତ୍ରୀ ଯାପନ ର ବ୍ୟବସ୍ଥା କରିଥିଲେ।