ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ଵର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ବାଲେଶ୍ୱରର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଗତ ୪୫ ଦିନ ହେଲା ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି।
ଆଜି ସ୍ଥାନୀୟ ଚୌଧୁରୀ ସାହିରେ ଜିଲ୍ଲା ମହାସଚିବ କୁଶଳ ଚାଟାର୍ଜୀଙ୍କ ଦ୍ୱାରା ୪୦ରୁ ଉର୍ଦ୍ଧ ଅସହାୟ ପରିବାରକୁ ୫ ଦିନର ରାସନ (ଶୁଖିଲା ଖାଦ୍ୟ )ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ବାଲେଶ୍ଵର ବିସିଜେଡି କାର୍ଯ୍ୟକର୍ତ୍ତାମାନଙ୍କର ଲଗାତାର ସହାୟତା ପ୍ରଦାନ କାର୍ଯ୍ୟ ସାଧାରଣ ଜନତାଙ୍କ ମଧ୍ୟରେ ଆନନ୍ଦ ଆଣିବା ସହ ଉପକୃତ ଲୋକେ ଏହାର ପ୍ରଶଂସା କରୁଥିବା ଦେଖାଯାଉଛି।