ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଭଞ୍ଜନଗର ବାଗଦେବୀ ରୋଡ଼ରେ ରହୁଥିବା ଜଣେ ମାନସିକ ବିକୃତ ମହିଳା ନିଜ ନାବାଳିକା ଝିଅ ଚାନ୍ଦିନୀ ସେଠୀ(୫)ର ଯତ୍ନ ନେଇ ପାରୁ ନଥିଲେ।ଫଳରେ ଝିଅଟି ଏଣେ ତେଣେ ବୁଲିବା ସହ ଯିଏ ଯାହା ଦେଲା ତାହାକୁ ଖାଇ ବଞ୍ଚିଥିଲା। ଏହାଦେଖି ମାଆ ବାଗଦେବୀ ଏସ ଏଚ ଜି ଗ୍ରୁପର ମହିଳାମାନେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ଜଣେଇଥିଲେ।ଶ୍ରୀ ମିଞ୍ଜଙ୍କ ନିର୍ଦ୍ଦେଶ ରେ ତହସିଲଦାର ଆଲୋକ କୁମାର ପ୍ରଧାନ ଚାଇଲ୍ଡ ଲାଇନ ସହଯୋଗରେ ଆଜି ଚାନ୍ଦିନୀକୁ ଧରକୋଟ ରେ ଥିବା ବାଲ୍ମୀକେଶ୍ବର ଅନାଥାଶ୍ରମ କୁ ହସ୍ତାନ୍ତର କରିଛନ୍ତି।
Related Stories
November 25, 2024