-
ସମୁଦାୟ ୩୦ ୟୁନିଟ୍ ରକ୍ତ ହେଲା ସଂଗୃହୀତ
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଆଜି କ୍ରମାନ୍ଵୟରେ ଦ୍ଵିତୀୟ ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।
ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଆଜି ସକାଳେ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମୁଦାୟ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପ ନଗରପାଳ ମନୋଜ କୁମାର ରାଉତ ଉପସ୍ଥିତ ରହି କାର୍ଯ୍ୟକର୍ତା
ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ମହାସଚିବ କୁଶାଲ ଚାଟାର୍ଜୀ, ଟାଉନ ସଭାପତି ବ୍ରଜକିଶୋର ପ୍ରଧାନ, ସାଧାରଣ ସମ୍ପାଦକ କିରଣ କୁମାର ନାଥ, ଉପ ସଭାପତି ବିଜୟ ଜେନା, ମନୋରଞ୍ଜନ ମହାରଣା ସୁଚାରୁ ରୂପେ ପରିଚାଳନା କରିବା ସହ ଟାଉନ୍ କର୍ମକର୍ତାଙ୍କ ମଧ୍ୟରେ ରାହୁଲ ନାୟକ, ଶିବ ଶଙ୍କର ଦାସ, ଜୀବନ ସଂଗ୍ରାମ ମିଶ୍ର, ନରୋତ୍ତମ ଦାସ, ସମ୍ବିତ ନନ୍ଦୀ, ଜଗତ ଜୀବନ ମହାନ୍ତି, ଶୁଭମ ନାୟକ, ଚନ୍ଦ୍ରଶେଖର ଚୌଧୁରୀ, ଅମର ସାହୁ, ସବ୍ୟସାଚୀ ପୃଷ୍ଟି ଏବଂ ସଂଗ୍ରାମ ଦାସ ପ୍ରମୁଖ ରକ୍ତ ଦେବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଆଗାମୀ ଦିନମାନଙ୍କରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହେବା ସହିତ ସାମାଜିକ ସହାୟତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିସିଜେଡି ବାଲେଶ୍ୱର ପକ୍ଷରୁ ପ୍ରକାଶ।