-
ପ୍ରବାସୀଙ୍କ ମଧ୍ୟରୁ ୭୧ଜଣ କରୋନା ରୋଗୀ ଚିହ୍ନଟ
-
ଭଗବାନଙ୍କ ସାହା ଭରସାରେ ଜିଲ୍ଲାବାସୀ
ବ୍ରହ୍ମପୁର: କରୋନା ଭୁତାଣୁ ଏବେ ସାରା ବିଶ୍ୱରେ ମହାମାରୀ ରୂପ ନେଇଛି । ବିଶ୍ୱର ବଡ ବଡ ଦେଶ ଧରାଶାୟୀ ହୋଇଥିବା ବେଳେ ଏଥିରୁ ଭାରତ ମଧ୍ୟ ବାଦ୍ ପଡିନାହିଁ । ଚଳିତ ସପ୍ତାହ ଭିତରେ କରୋନାର ଭୟଙ୍କର ରୂପ ଦେଶ ତଥା ଆମ ରାଜ୍ୟରେ କାୟା ବିସ୍ଥାର କରିଛି । ଭାରତର ଗୁରୁରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀରେ କରୋନାର ରୂପ ବଡ ଭୟଙ୍କର ହୋଇଥିବା ବେଳେ ବର୍ତ୍ତମାନ ଓଡ଼ିଶାରେ ସ୍ଥିତି ଦିନକୁ ଦିନ ଗମ୍ଭୀର ଆଡକୁ ଯାଉଛି । ଓଡ଼ିଶାର ବହୁ ଶ୍ରମିକ ଶ୍ରେଣୀର ଲୋକେ ଅନ୍ୟ ରାଜ୍ୟରେ ରହିଥିବା କାରଣରୁ ସେମାନେ ରାଜ୍ୟକୁ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ଯୋଜନା କରିବାପରେ ଏହାର ସ୍ଥିତି ଗମ୍ଭୀର ହେଉଛି । ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବସ୍ ଓ ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରିଛନ୍ତି । ଗୁରୁରାଟର ସୁରଥରୁ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାକୁ ପ୍ରାୟ ୩୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସି ପହଞ୍ôଚବାପରେ ବର୍ତ୍ତମାନ ଓଡ଼ିଶାର ସବୁଠୁ ଅଧିକ କରୋନା ରୋଗୀ ଏହି ଜିଲ୍ଲାରୁ ବାହାରିଲେଣି । ବର୍ତ୍ତମାନ ଜିଲ୍ଲାରେ ୭୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରଥ ଫେରନ୍ତା ବୋଲି କୁହାଯାଉଛି । ଏହି ଖବର ଜାଣିବାପରେ ବର୍ତ୍ତମାନ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟାରେ ୧ନମ୍ବର ଜିଲ୍ଲା ହୋଇଛି । ତେଣୁ ରାଜ୍ୟ ସରକାର ବହୁ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାକୁ ପଠାଇ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଗାଁ ଗାଁରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହୁଥିବା ବେଳେ ଏବେ ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଛି । ତେଣୁ ଚିହ୍ନଟ ହୋଇଥିବା ରୋଗୀମାନେ ସଙ୍ଗରୋଧ ଗୃହରେ ଅଛନ୍ତି । ସାଧାରଣ ଲୋକେ ଭୟଭୀତ ନହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଆହ୍ୱାନ ଦିଆଯାଇ ସଚେତନତା କରାଯାଉଛି । ଚିହ୍ନଟ ସମସ୍ତ ରୋଗୀ ଶୀତଳାପଲ୍ଲୀସ୍ଥିତ ଟାଟା ମେଡିକୋ ହସ୍ପିଟାଲରେ ହୋଇଥିବା କରୋନା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଗୋଟିଏ ଦିନରେ ୪୩ କରୋନା ରୋଗୀ ଚିହ୍ନଟ ହେବା ଜିଲ୍ଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି ।