
-
ମଇ ୮ରୁ ୧୦ ପର୍ଯ୍ୟନ୍ତ ଚାଲୁ ରହିବ ଶିବିର
-
ଶିବିରରେ ହେବ କଳା, ସ୍ଥାପତ୍ୟ ଓ ଅଙ୍କନର ନାନା କାରୁକାର୍ଯ୍ୟ
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଗଣ ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ପାଇଁ ଏକ ଅଭିନବ ପ୍ରୟାସ କରିଥିବା ବେଳେ ସମସ୍ତଙ୍କୁ ସଚେତନ କରାଇବା ଏହାର ଲକ୍ଷ୍ୟ ବୋଲି ଚିତ୍ରଶିଳ୍ପୀ ମାନେ କହିଛନ୍ତି।
ଆଲୁମ୍ନି କଳାକ୍ଷେତ୍ର ଦ୍ୱାରା ପୁରାତନ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଶ୍ୱମହାମାରୀ କରନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରାଯାଇଛି।
ସୂଚନା ଅନୁସାରେ, ଏକ ଅନ୍ ଲାଇନ୍ ‘କଳା ଶିବିର’ର ଆୟୋଜନ କରାଯାଇଛି। ଏହା ଚଳିତ ମାସ ମଇ ୮ ତାରିଖ ଅର୍ଥାତ ଆଜି ଠାରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।ଏଥିପାଇଁ ସମସ୍ତ ଚିତ୍ରଶିଳ୍ପୀ ନିଜ ନିଜ ଘରେ ରହି ନିଜ ନିଜର କଳା କାରୁକାର୍ଯ୍ୟ ପ୍ରସ୍ତୁତ କରି ଅନ୍ ଲାଇନ୍ ମାଧ୍ୟମରେ ପଠାଇବାକୁ କୁହାଯାଇଛି। ଏଥିରେ ପାଖାପାଖି ଦେଢ ଶହ ଜଣ କଳାକାର ଭାଗ ନେଉଥିବା ପ୍ରକାଶ।
ଏହି ଶିବିର ଶେଷରେ ସବୁ ଅଂଶଗ୍ରହଣକାରୀ କଳାକାରଙ୍କୁ ଇ-ମାନପତ୍ର ଦିଆଯାଇ ସମ୍ମାନିତ କରାଯିବ ବୋଲି ଆୟୋଜକଙ୍କ ଠାରୁ ଜଣାପଡିଛି। ଏହି ଚିତ୍ରକଳା ଶିବିର ଆଲୁମ୍ନି କଳାକ୍ଷେତ୍ରର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ, କାର୍ଯ୍ୟକାରୀ ଅଧ୍ୟକ୍ଷା ଅର୍ଚ୍ଚନା ଜେନା, ପରିଚାଳନା ଟ୍ରଷ୍ଟି ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା ଏବଂ ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ କରାଯାଉଛି। ଏହି ଶିବିରରେ ଡ୍ରଇଂ, ପେଣ୍ଟିଂ, ସ୍କଲ୍ପଚର୍ ଓ ଭିଡିଓ ଆର୍ଟ କରାଯିବାର ଯୋଜନା ରହିଛି।