ଭୟଭୀତ ନହେବାକୁ ଜିଲ୍ଲାପାଳଙ୍କ ଅନୁରୋଧ, ୨୪ଘଣ୍ଟାରେ ୨୪ ପଜେଟିଭ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୩ଦିନ ମଧ୍ୟରେ ଜିଲ୍ଲାରେ ୨୮ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ୨୪ଜଣ କରୋନା ରୋଗୀ ଚିହ୍ନଟ ହେବା ଜିଲ୍ଲାରେ ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ସମସ୍ତ ପଜେଟିଭ ସୁରଥ ଫେରନ୍ତା ଓ ସେମାନେ ସଙ୍ଗରୋଧ ଗୃହରେ ରହିଛନ୍ତି । ତେଣୁ ଭୟଭୀତ ନହେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମ ଜରିଆରେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଏମାନଙ୍କ ଠାରେ କୋଭିଡର କୌଣସି ଲକ୍ଷ୍ୟଣ ନଥିଲା ବୋଲି ଜିଲ୍ଲାପାଳ କହିବା ସହ ସ୍ୱାବ୍ ପରୀକ୍ଷାପରେ ରିପୋର୍ଟ ପଜେଟିଭ ଆସିଥିଲା । ସମସ୍ତ ପଜେଟିଭକୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଠିକ୍ ଯତ୍ନ ନିଆଯାଉଛି ଓ କିପରି ସୁସ୍ଥ ହେବେ ସେନେଇ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି । ଜିଲ୍ଲାବାସୀ ଏଥିନେଇ ଭୟଭୀତ ନହେବାକୁ ଜିଲ୍ଲାପାଳ କହିବା ସହ ପୂର୍ବରୁ ୪ଜଣଙ୍କ ଠାରେ ପଜେଟିଭ ମିଳିଥିବା ବେଳେ ଗୁରୁବାର ଏହି ସଂଖ୍ୟା ୨୮ରେ ପହଞ୍ôଚଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗୁରୁବାର ୨୪ଟି ପଜେଟିଭ ମଧ୍ୟରେ ୧୮ରୁ ୬୦ବର୍ଷ ମଧ୍ୟରେ ୨୩ଜଣ ପୁରୁଷ ଥିବାବେଳେ ଜଣେ ୨୦ବର୍ଷୀୟା ମହିଳା ଥିବା ଜଣାପଡିଛି । ତେବେ ଏହି ସଂଖ୍ୟା ଆଗକୁ ବଢ଼ିବ ତେଣୁ ଭୟଭୀତ ନହୋଇ ନିଜେ ସତର୍କ ରହିବା ସହ ଅନ୍ୟକୁ ସତର୍କ କରାଇବାକୁ ଜିଲ୍ଲାପାଳ କହିଛନ୍ତି ।