-
ସୁରଥ ଫେରନ୍ତାଙ୍କ ସୁରକ୍ଷା ଓ ସମନ୍ୱୟର ସମୀକ୍ଷା
ବ୍ରହ୍ମପୁର: ଗୁରୁବାର ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଓ ମୁଖ୍ୟାଳୟର ଏଡିଜି ଆଇନ୍ ଓ ଶୃୃଙ୍ଖଳା ଏସ୍.କେ ପ୍ରିୟଦର୍ଶନୀ ଦିନିକିଆ ଗଞ୍ଜାମ ଗସ୍ତରେ ଆସି ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥପୁର ରେଳ ଷ୍ଟେଶନ୍ରେ ପହଞ୍ôଚଥିଲେ । ଦୀର୍ଘ ୪ଦିନରୁ ଊର୍ଦ୍ଧ୍ୱ ଧରି ଗୁଜୁରାଟ ରାଜ୍ୟ ଓ ଦେଶର ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଟିକନିଖ ଯାଞ୍ଚ କରିଥିଲେ । ପ୍ରବାସୀ ଓଡ଼ିଆଙ୍କ ସହ କିପରି ସମନ୍ୱୟ ରକ୍ଷା କରାଯାଇ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଉଛି ତାହା ବିଷୟରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । କୋଭିଡ-୧୯ ନିୟମକୁ କିପରି ପାଳନ କରାଯାଉଛି ଓ ଏହାର କାର୍ଯ୍ୟକାରିତା ଉପରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଦୀର୍ଘଦିନଧରି ଗଞ୍ଜାମ ଜିଲ୍ଲାରେ ନିଷ୍ଠାପର ଭାବେ କଠିନ ପରିଶ୍ରମକରି ଲୋକଙ୍କୁ ସୁରକ୍ଷା ଯୋଗାଉଥିବା ପୋଲିସ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଏହାସହ ଏଡିଜି ଶ୍ରୀ ମିଶ୍ର ଖଲ୍ଲିକୋଟ ବ୍ଲକ୍ ବାଉରୀଗଣ୍ଡପଲ୍ଲୀ ଆଦର୍ଶ ବିଦ୍ୟାଳୟରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ସେଠାର ସୁରକ୍ଷା ବ୍ୟବସ୍ଥା ପଚାରି ବୁଝିବା ସହ ପ୍ରବାସୀ ଓଡ଼ିଆଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ଉପରେ ପଚାରି ବୁଝିଥିଲେ । ଏହାସହ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷାକରି ସଙ୍ଗରୋଧ ଗୃହ ଅଞ୍ଚଳରେ କିପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯିବ ସେ ଉପରେ ଗୁରୁତ୍ୱ ଦେବାକୁ ଏଡିଜି ଶ୍ରୀ ମିଶ୍ର ଗୁରୁତ୍ୱ ଦେଇଥିଲେ । ଏଡିଜିଙ୍କ ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ସମେତ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।