
ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ପ୍ରାୟ ୨୧ଜଣ ଶ୍ରମିକଙ୍କୁ ନିଜସ୍ୱ ଖର୍ଚ୍ଚରେ ସୁଦୁର ଝାଡଖଣ୍ଡ ପଠାଇଛି । ମଙ୍ଗଳବାର ରାତିରେ ବାହାର ରାଜ୍ୟର କିଛି ଲୋକ ସୁଦୁର ଝାଡଖଣ୍ଡ ରାଜ୍ୟକୁ ଚାଲି ଚାଲି ଯାଉଥିବା ବେଳେ କିଛି ସମୟ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଏକ ଢାବା ନିକଟରେ ବିଶ୍ରାମ ନେଇଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ବ୍ରହ୍ମପୁର ପୁଲିସର ପେଟ୍ରୋଲିଂ ଟିମ୍ ଏମାନଙ୍କୁ ଦେଖି ତୁରନ୍ତ ପଚରା ଉଚରା କରିବା ସହ ଅଟକାଇଥିଲେ । ଏ ନେଇ ପେଟ୍ରୋଲିଂ ଗାଡି ପଦସ୍ଥ ଅଧିକାରୀମାନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ରାତ୍ରିରେ ଉକ୍ତ ୨୧ ଶ୍ରମିକମାନଙ୍କୁ ଖାଇବାକୁ ଦେବାସହ ଶୋଇବାର ବ୍ୟବସ୍ଥା ପୁଲିସ ଜାତୀୟ ରାଜପଥର ଏକ ଢାବାରେ କରିଥିଲା । ବୁଧବାର ସକାଳ ୯ଟା ବେଳେ ପୁଲିସ ବ୍ରହ୍ମପୁର ସହରର ଏକ ବସ୍ ଯୋଗାଡ କରିିଥିଲା । ବସ୍ ମାଲିକ ଝାଡଖଣ୍ଡ ଯିବା ପାଇଁ ୪୦ ହଜାର ଟଙ୍କା ମାଗିଥିଲେ । ଉକ୍ତ ଶ୍ରମିକମାନଙ୍କ ପାଖରେ କେବଳ ୧୦ ହଜାର ଟଙ୍କା ଥିଲା । ଅବଶିଷ୍ଟ ଅର୍ଥ ବ୍ରହ୍ମପୁର ପୁଲିସର ଟାଉନ୍ ଏସଡିପିଓ ବିଷ୍ଣୁ ପ୍ରସାଦ ପତିତ, ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତି, ଟାଉନ୍ଥାନା ଅଧିକାରୀ ସୁରେଶ ତ୍ରିପାଠୀ, ବୈଦ୍ୟନାଥପୁର ଥାନାଧିକାରୀ ସାରଦା ଦାଶ, ଗୋଷାଣୀନୂଆଗାଁ ଥାନାଧିକାରୀ ସୁମିତ୍ ସୋରେନ୍ ପ୍ରମୁଖ ନିଜ ନିଜ ପକେଟରୁ ବହନ କରି ବସ୍ ମାଲିକଙ୍କୁ ଦେଇଥିଲେ । ପରେ ଉକ୍ତ ବସ୍ଟି ଗନ୍ତବ୍ୟ ସ୍ଥଳରେ ପହଞ୍ôଚବା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ତାଙ୍କୁ ଦିଆଯାଇଥିଲା । ପାଦଚଲା ଶ୍ରମିକମାନେ ବ୍ରହ୍ମପୁର ପୁଲିସର ଏତାଦୃଶ କାର୍ଯ୍ୟ ଦେଖି ଖୁସି ହେବା ସହ ଏହି କାହାଣି ସେମାନେ ନିଜ ରାଜ୍ୟରେ ଜଣାଇବେ ବୋଲି ମଧ୍ୟ କହିଥିଲେ । ଗତକାଲି ମଧ୍ୟ ବଡବଜାର ଥାନା ପୁଲିସ କନ୍ଧମାଳ ଜିଲ୍ଲାର ୧୩ ଜଣ ଯାତ୍ରୀଙ୍କୁ ଏକ ବସ୍ ଯୋଗେ ହାତ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରି ଏକ ବସ୍ ଯୋଗାଡ କରି ପାଦଚଲା ଯାତ୍ରୀଙ୍କୁ କନ୍ଧମାଳ ଜିଲ୍ଲାକୁ ରାତିରେ ପଠାଇଥିଲେ । ପୁଲିସ୍ର ଏଭଳି ଉଦ୍ୟମକୁ ସାଧାରଣରେ ସ୍ୱାଗତ କରାଯାଇଛି ।