ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ୍ ବାଘଲଟି ପଞ୍ଚାୟତ ଅଧିନସ୍ଥ କୁସୁମି ଆଦର୍ଶ ବିଦ୍ୟାଳୟ ପରିସର ବୁଧବାର ପ୍ରବାସୀ ଓଡ଼ିଆଙ୍କ ଦେଶାତ୍ମକ ସଙ୍ଗୀତ ଓ ଯୋଗ ଆସରକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଗୁଜୁରାଟରୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଏଠାରେ ୭୯ ପ୍ରବାସୀ ଓଡ଼ିଆଙ୍କୁ ରଖାଯାଇଛି । କୁସୁମି ଆଦର୍ଶ ବିଦ୍ୟାଳୟରେ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର(ଟିଏମ୍ସି) ଦାୟୀତ୍ୱରେ ଥିବା କୁକୁଡାଖଣ୍ଡି ତହସିଲଦାର ଡା.ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ବୁଧବାର ସକାଳେ ଯାଇଥିବା ବେଳେ ସେଠାରେ ପ୍ରବାସୀ ଓଡ଼ିଆମାନେ ସକାଳେ ଜାତୀୟ ସଙ୍ଗୀତ ଗାନକରି ଯୋଗାଭ୍ୟାସ କରିଥିଲେ । ଏଥିରେ ମହିଳା ଠାରୁ ଆରମ୍ଭକରି ଶିଶୁମାନେ ମଧ୍ୟ ସାମିଲ୍ ହୋଇଥିଲେ । ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ପରିବେଷଣ ଉଚ୍ଚକୋଟୀର ଥିବାରୁ ସମସ୍ତେ ପ୍ରଶାସନକୁ ପ୍ରଶଂସା କରିଥିଲେ । ଏହାସହ ସନ୍ଧ୍ୟାରେ ଚା’, ଜଳଖିଆ ଆଦି ପ୍ରବାସୀ ଓଡ଼ିଆଙ୍କୁ ପ୍ରଦାନ କରାଯାଉଛି । ଶୃଙ୍ଖଳିତ ଆଚରଣ ମଧ୍ୟରେ ପ୍ରବାସୀ ଓଡ଼ିଆମାନେ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ରରେ ଥିବା କହିଛନ୍ତି ତହସିଲଦାର ଡା. ମିଶ୍ର ।
Related Stories
November 25, 2024