ବ୍ରହ୍ମପୁର : ଗତ ୨ଦିନତଳେ ବେଗୁନିଆପଡା ବ୍ଲକ୍ର ରାଗପୁର ଆଦର୍ଶ ବିଦ୍ୟାଳୟ ଓ ଜନତା ହାଇସ୍କୁଲରୁ ତାଲା ଭାଙ୍ଗି ପଳାଇଥିବା ପ୍ରବାସୀ ଓଡ଼ିଆ ପୋଲିସ ପ୍ରଚେଷ୍ଟାରେ ପୁଣି ସଙ୍ଗରୋଧ ଗୃହକୁ ଫେରିବା ପରେ ନିଜର ଦୋଷକୁ ସ୍ୱୀକାରକରି ଅନୁତାପ କରୁଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ନିଜ ଭିଟାମାଟିକୁ ଫେରିଥିବାରୁ ସେମାନେ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି । ତେବେ କିଛି ଲୋକଙ୍କ ପ୍ରରୋଚନାରେ ଏଭଳି ଭୁଲ୍ କରିଥିବା ସ୍ୱୀକାରକରି ନିଜେ ଭିଡିଓ ପ୍ରସ୍ତୁତକରି ସଙ୍ଗରୋଧ ଗୃହରୁ ଏହି ସୂଚନା ଦେଇଛନ୍ତି ପଳାୟନ କରିଥିବା ପ୍ରବାସୀ ଓଡ଼ିଆ ।
ତେବେ ରାଜ୍ୟ ସରକାରଙ୍କ କୋଭିଡ-୧୯ର ସମସ୍ତ ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ସହ ସଙ୍ଗରୋଧ ଗୃହର ସମସ୍ତ ସୁବିଧା ସୁଯୋଗ ରହିଥିବା ନେଇ କହିଛନ୍ତି ପ୍ରବାସୀ ଓଡ଼ିଆ । ଆଗାମୀଦିନରେ ଜିଲ୍ଲା ପ୍ରଶାସନକୁ ସମସ୍ତ ସଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହାସହ ସଙ୍ଗରୋଧ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଭଲ ଖାଇବା ସହ ଦେଶାତ୍ମକବୋଧ ସଙ୍ଗୀତ ଗାନ ହେଉ, ଯୋଗ ଶିବିର ଆୟୋଜନ କରାଯାଉଥିବା ସେମାନେ ସୂଚନା ଦେଇଛନ୍ତି ।