ଭଦ୍ରକ – ଭଦ୍ରକ ଜିଲାରେ ୬୪ ହଜାର ହିତାଧିକାରୀ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଛନ୍ତି। ଆଧାର ସଂେଯାଗର ଶେଷ ତାରିଖ ସେପ୍ଝେମ୍ବର ମାସ ୧୫ ତାରିଖ ସୁଦ୍ଧା ଜିଲାରେ ଖାଦ୍ୟ ସୁରକ୍ଷାରେ ସାମିଲ ହୋଇଥିବା ମୋଟ ୧୧ ଲକ୍ଷ ୧୮ ହଜାର ୬୭୯ ଜଣ ହିତାଧିକାରୀଙ୍କ ମଧ୍ଯରୁ ୧୦ ଲକ୍ଷ ୫୪ ହଜାର ୬୭୯ ଜଣ ହିତାଧିକାରୀ ମାନଙ୍କ ରାସନ୍ କାର୍ଡରେ ଆଧାର ସଂେଯାଗ କରିବାକୁ ସମର୍ଥ ହୋଇଥିବାବେଳେ ଅବଶିଷ୍ଟ ୬୪ ହଜାର ହିତାଧିକାରୀ ନିଦ୍ର୍ଧାରିତ ସମୟସୀମା ମଧ୍ଯରେ ସେମାନଙ୍କ ଆଧାର ସଂେଯାଗ କରିବାକୁ ସମର୍ଥ ହୋଇନାହାଁନ୍ତି। ଫଳରେ ଏହି ଲୋକମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା େଯାଜନାରୁ ଅନ୍ତର କରାଯାଇଛି। ସରକାର ରାସନ୍ କାର୍ଡରେ ଆଧାର ସଂେଯାଗ ପାଇଁ ସମୟସୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିବାବେଳେ ଭଦ୍ରକ ଜିଲାରେ ଏହି ସମୟସୀମା ମଧ୍ଯରେ ପ୍ରାୟ ୭୫ ହଜାର ହିତାଧିକାରୀ ସେମାନଙ୍କ ଆଧାର ସଂେଯାଗ କରିପାରିନଥିଲେ। ରାଜ୍ୟବ୍ୟାପୀ ସମାନ ପରିସ୍ଥିତି ଉପୁଜିବାରୁ ସରକାର ଏହି ସମୟସୀମା ସେପ୍ଝେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଘୁାଇ ଦେଇଥିଲେ। ତେବେ ଏହି ପରିବର୍ିତ ସମୟସୀମା ମଧ୍ଯରେ ମାତ୍ର ୧୧ ହଜାର ଲୋକ ସେମାନଙ୍କ ଆଧାର ସଂେଯାଗ କରିବାକୁ ସମର୍ଥ ହୋଇଥିବାବେଳେ ଆହୁରି ୬୪ ହଜାର ଲୋକ ସେମାନଙ୍କ ଆଧାର ସଂେଯାଗ କରିବାକୁ ସମର୍ଥ ହୋଇନଥିଲେ। ଫଳରେ ଏହି ଲୋକମାନଙ୍କୁ ସରକାର ଜାତୀୟ ଖାଦ୍ୟ ସୁରକ୍ଷାରୁ ଅନ୍ତର କରିଦେଇଛନ୍ତି। ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍ରେ ସର୍ବାଧିକ ୧୧ ହଜାର ୮ ଶହ ଲୋକ ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡିଥିବା ବେଳେ ଏହା ପଛକୁ ବନ୍ତ ବ୍ଲକ୍ରେ ୧୧ ହଜାର, ଧାମନଗର ବ୍ଲକ୍ରେ ୧୦ ହଜାର ୫ ଶହ, ତିହିଡି ବ୍ଲକ୍ ୮ ହଜାର, ବାସୁଦେବପୁର ବ୍ଲକ୍ରେ ୭ ହଜାର ୫ ଶହ, ଭଣ୍ଡାରିପୋଖରୀ ବ୍ଲକ୍ରେ ୫ ହଜାର ୨ ଶହ, ଭଦ୍ରକ ପୌରପାଳିକାରେ ୪ ହଜାର ୮ ଶହ, ଭଦ୍ରକ ବ୍ଲକ୍ରେ ୪ ହଜାର ୫ ଶହ ଏବଂ ବାସୁଦେବପୁର ପୌରପାଳିକାରେ ୮ ଶହ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା େଯାଜନାରୁ ବାଦ୍ ପଡିଛନ୍ତି। ଏହି ସୂଚନା ଅନୁଯାୟୀ ଜିଲାରେ ମୋଟ ୨ ଲକ୍ଷ ୮୪ ହଜାର ୩୦ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା େଯାଜନାରେ ସାମିଲ ହୋଇଥିବା ବେଳେ ସେଥିରୁ ୩ ହଜାର ୭ ଶହ ପରିବାର ଆଧାର ସଂେଯାଗରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଆଗାମୀ ବର୍ଷ ଠାରୁ କେନ୍ଦ୍ର ସରକାର ଗୋଟିଏ ଦେଶ ଗୋଟିଏ ରାସନ୍କାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଥିବାବେଳେ ଚଳିତବର୍ଷ ଅକ୍ଝୋବର ମାସ ଠାରୁ ରାଜ୍ୟ ସରକାର ଏହାକୁ ପାଇଲଟ୍ େଯାଜନା ଭାବେ ରାଜଧାନୀ ଭୁବନେଶ୍ବର ଠାରେ ଏବଂ ପରେ ରାଜ୍ୟର ଅନ୍ୟାନ୍ୟ ଜିଲାରେ କାର୍ଯ୍ୟକାରୀ କରିବାକୁ ଯାଉଥିବା ଜଣାପଡିଛି। ତେଣୁ ରାଜ୍ୟ ସରକାରଙ୍କ ପାଇଁ ରାସନ୍ କାର୍ଡରେ ଆଧାର ସଂେଯାଗ ଏବେ ଅପରିହାର୍ଯ୍ୟ ହୋଇ ପଡିଥିବା କୁହାଯାଉଛି।
Related Stories
November 25, 2024