ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକ୍ ଅଧିନସ୍ଥ ବିଭିନ୍ନ ସଙ୍ଗରୋଧ ଗୃହ ବା ଅସ୍ଥାୟୀ ମେଡିକାଲ୍ କେନ୍ଦ୍ରକୁ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ବୁଧବାର ଗସ୍ତ କରିଛନ୍ତି । ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ କିଭଳି ଖାଦ୍ୟ ପ୍ରସ୍ତୁତ ହେଉଛି ତାହାର ମାନ ଯାଞ୍ଚ କରିବା ସହ ସେଠାରେ ଥିବା ସ୍ୱାସ୍ଥ୍ୟକର୍ମୀ ଓ ନୋଡାଲ ଅଧିକାରୀଙ୍କ ସହ ସମସ୍ତ ସୁବିଧା ଅସୁବିଧା ଓ କ’ଣ କ’ଣ କାର୍ଯ୍ୟକାରୀ କରାଯାଉଛି, ପ୍ରଶାସନର ନୀତିନିୟମ ଅନୁସାରେ ତାହା ପାଳନ ହେଉଛି ନା ନାହିଁ ଆଦି ବିଷୟ ପଚାରି ବୁଝିଥିଲେ । ଏହାସହ ସେମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟର ମାନ ଯାଞ୍ଚକରି ଫେରିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ । ସିଦ୍ଧେଶ୍ୱର ନିକଟରେ ହୋଇଥିବା ବ୍ଲକ୍ର ଆଦର୍ଶ ବିଦ୍ୟାଳୟ ଓ ପଦ୍ମନାଭପୁର ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ ଗୃହକୁ ଉପଜିଲ୍ଲାପାଳ ଗସ୍ତ କରିଥିଲେ । ଏହି ସମୟରେ ଦିଗପହଣ୍ଡି ତହସିଲଦାର, ବିଡିଓଙ୍କ ସମେତ ସଙ୍ଗରୋଧ ଗୃହ ଦାୟୀତ୍ୱରେ ଥିବା ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 25, 2024