ଭଦ୍ରକ – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୧,୨,ଓ ୩ନଂ ଓ୍ବାର୍ଡ଼ ବରାଳପୋଖରୀ ଅଳରେ ବିଦୁ୍ୟତ ସେବାରେ ବିଭ୍ରାଟ ନେଇ ଅଳବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିପର୍ଯ୍ୟସ୍ତ ବିଦୁ୍ୟତ ସେବା ନେଇ ସ୍ଥାନୀୟ ଜନମ ପକ୍ଷରୁ ଉଦ୍ବେଗ ପ୍ରକଟ କରାଯାଇଛି। ବିଦୁ୍ୟତ ସେବାରେ ସୁଧାର ଦାବୀ କରି ଜନମ ତରଫରୁ ପରେଶ ନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ବରାଳପୋଖରୀ ରାଜସ୍ବ ଗ୍ରାମ ଭଦ୍ରକ ପୌରପାଳିକାର ୧,୨ ଓ ୩ ନଂ ଓ୍ବାର୍ଡ ଅନ୍ତର୍ଗତ। ଦୀର୍ଘଦିନ ଧରି ଏହି ଓ୍ବାର୍ଡ ଗୁଡିକରେ ବିଦୁ୍ୟତ ବିଭ୍ରାଟ ଲାଗି ରହିଛି। ବିଶେଷ କରି ଏହିସବୁ ଓ୍ବାର୍ଡବାସୀମାନେ ସହରୀ ସୁବିଧା ସୁେଯାଗରୁ ବିତ ହୋଇ ଚାଲିଛନ୍ତି। ସବୁଠାରୁ ଅଧିକ ଯନ୍ରଣା ଦେଉଛି ବାରମ୍ବାର ବିଦୁ୍ୟତ୍ କାଟ, ଲୋ ଭୋଲଟେଜ୍ ସମସ୍ୟା। ଛାତ୍ରଛାତ୍ରୀମାନେ ପାଠ ପଢିବା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ରାସ୍ତାଘାଟରେ କୌଣସି ବିଜୁଳି ଆଲୋକର ବ୍ୟବସ୍ଥା ନାହó। ଲୋକମାନେ ଅନ୍ଧାରରେ ଯାତାୟତ କରି ଅକଥନୀୟ ଦୁଦ୍ର୍ଧଶା ଭୋଗ କରୁଛନ୍ତି। ଜନମର କର୍ମକର୍ା ଗତ ୨୦୧୮ ମସିହା ସେପ୍ଝେମ୍ବର ୧୧ ତାରିଖରେ ନେସ୍କୋ ଅଧୀକ୍ଷଣ ଯନ୍ରୀଙ୍କୁ ଲିଖôତ ଅଭିେଯାଗ କରିଥିଲେ। ଯନ୍ରୀ ୨ ମାସ ମଧ୍ଯରେ ଏହାର ସମାଧାନ କରିବେ ବୋଲି ପ୍ରତିଶୃତି ମଧ୍ଯ ଦେଇଥିଲେ। ମାତ୍ର ଇତି ମଧ୍ଯରେ ୧ ବର୍ଷ ବିତିବାକୁ ବସିଥିଲେ ମଧ୍ଯ କୌଣସି ସମାଧାନ ହୋଇ ପାରିନାହó। ଗ୍ରୀଷ୍ମଦିନରେ ଲୋକେ ଗରମରେ ଆଉଟୁ ପାଉଟୁ ହୋଇ ଦିନ ବିତାଇଲେ। ଏ ସବୁ ଅସହ୍ୟ ହେବାରୁ ଆଜି ପ୍ରତିନିଧି ଦଳ ଜିଲ୍ଳାପାଳ ଜ୍ଞାନ ଦାସଙ୍କୁ ଭେଟି ଦୁଃଖ ଜଣାଇବା ସହ ଦାବୀପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ଦାସ ସମସ୍ୟା ସµର୍କରେ ଅବଗତ ହେବା ସହିତ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି। ଆଜି ଦାବୀପତ୍ର ଦେବାକୁ ଯାଇଥିବା ପ୍ରତିନିଧି ଦଳରେ ସାମାଜିକକର୍ମୀ ଚନ୍ଦ୍ରଭାନୁ ନାୟକ, କାମେଶ୍ବର ସାମଲ, ଗୌରଚନ୍ଦ୍ର ପଣ୍ଡା, ଅନ୍ନପୂର୍ଣ୍ଣା ସାହୁ, ଉମାକାନ୍ତ ନାୟକ, ରାଜକିଶୋର ସାହୁ, ପତିତପାବନ ନାୟକ, ଦିଲ୍ଳୀପ ନାୟକ, ସୁରେଶ କୁମାର ନାୟକ, ସୋମନାଥ ନାୟକ ପ୍ରମୁଖ ସାମିଲ ଥିଲେ।