ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ତ୍ୱାବଧାନରେ ସୋମବାର ଦିନ ଅଷ୍ଟମ ଭ୍ରାମ୍ୟମାଣ ରକ୍ତଦାନ ଶିବିର ହରିଡାଖଣ୍ଡି ରୋଡ୍ ଆନନ୍ଦନଗର ନିକଟରେ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷିତ ଓ ସମଦୂରତା ରକ୍ଷାକରି ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଲୋକେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କରୋନା ଭୁତାଣକୁ ରୋକ୍ ଲଗାଇବା ପାଇଁ ଦେଶରେ ସଡ୍ ଡାଉନ୍ ଓ ଲକ୍ ଡାଉନ୍ ଜାରି ରହିଥିବାରୁ ବହୁ ରୋଗୀ ରକ୍ତ ଅଭାବରୁ ମୃତ୍ୟୁମୁଖରେ ପଡୁଥିଲେ । ତେଣୁ ବିଜେଡି କର୍ମୀମାନେ ନିଜ ନିଜ ଅଞ୍ଚଳରେ ରକ୍ତଦାନକରି ନିରୀହ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଧାୟକ ଗତ କିଛିଦିନଧରି ସାହି ଗଳିକନ୍ଦିରେ ଅଞ୍ଚଳବାସୀଙ୍କୁ ପ୍ରବର୍ତ୍ତାଇ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି । ଏହି ରକ୍ତ ସଂଗ୍ରହରେ ବ୍ରହ୍ମପୁର ବଡ ଡାକ୍ତରଖାନାର ରକ୍ତ ଭଣ୍ଡାର କର୍ମଚାରୀମାନେ ସହଯୋଗର ହାତ ବଢ଼ାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଞ୍ଚଳର ପୂର୍ବତନ କର୍ପୋରେଟର ଉଦ୍ଧବ ବିଷୋୟୀ, ଭାନୁମତି ବିଷୋୟୀ, ଅଜିତ ପଣ୍ଡା, ମଦନ ଦଳାଇଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ୍ ହୋଇଥିଲେ ।
Related Stories
November 25, 2024