ବ୍ରହ୍ମପୁର: ଦିଗପହଣ୍ଡି ବ୍ଲକ୍ ଗୋକର୍ଣ୍ଣପୁର ଆଦିବାସୀ ହଷ୍ଟେଲ କ୍ୱାରେଣ୍ଟାଇନ ସେଣ୍ଟରରେ ଅବ୍ୟବସ୍ଥା ପ୍ରତିବାଦରେ ସୋମବାର ସକାଳେ ବହୁ ସଂଖ୍ୟକ ସୁରତ ଫେରନ୍ତା ହୋ ହାଲ୍ଲା କରିଛନ୍ତି । ତେବେ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ପୋଲିସ ଡକେଇ ବାଡେଇବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରବାସୀ ଓଡ଼ିଆମାନେ । ଅପରପକ୍ଷରେ ସେଣ୍ଟର ଦାୟୀତ୍ୱରେ ଥିବା ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁଙ୍କ କହିବା ଅନୁଯାୟୀ, ସେ ଓ ଆଉ କିଛି ସ୍ୱେଚ୍ଛାସେବୀମାନେ ସେଠାରେ ପହଞ୍ôଚ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କୁ ମଧ୍ୟ ଅନ୍ତେବାସୀ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଖବରପାଇ ବିଡିଓ ହଳଧର ଶବର ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତି ନିୟନ୍ତ୍ରଣ କରିଥିବା ଜଣାପଡିଛି । ଶୋଇବା ପାଇଁ ଖଟର ବ୍ୟବସ୍ଥା ନଥିବାରୁ ଉଦ୍ବେଗ ପ୍ରକାଶ କରିବା ସହ ହୋହାଲ୍ଲା କରିଥିଲେ । ଏଥିସହିତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଆବଶ୍ୟକ ପାଇଖାନା ମଧ୍ୟ ନଥିବା ଅଭିଯୋଗ ହୋଇଛି । ଏହିଭଳିକି ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ନଥିବା ବେଳେ ଗାଧୋଇବା ପାଇଁ ମଧ୍ୟ ପାଣି ନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସେମାନେ ଜଳଖିଆ ଖାଇବୁ ନାହିଁ ବୋଲି ଜିଦ୍ ଧରି ବସିଥିଲେ । ପରେ ବିଡିଓ ବୁଝାସୁଝା କରିବାପରେ ସେମାନେ ଜଳଖିଆ ଖାଇଥିଲେ । ଏନେଇ ବିଡିଓ କହିଛନ୍ତି ଯେ, ସେଠାରେ ବିଭିନ୍ନ ବ୍ଲକ୍ର ୨୧୦ଜଣ ସୁରତ ଫେରନ୍ତା ରବିବାର ରାତିରେ ପହଞ୍ôଚଥିଲେ । ସେମାନଙ୍କ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଅଭିଯୋଗର କୌଣସି ସତ୍ୟତା ନଥିବା କହିଛନ୍ତି ।
Related Stories
November 25, 2024